ଭାରତୀୟ ସେନାର ନିଯୁକ୍ତି ପ୍ରକ୍ରିୟାରେ ହେଉଛି ବଡ଼ ପରିବର୍ତ୍ତନ; ଅଗ୍ନିବୀର ହେବା ପାଇଁ ପ୍ରଥମେ ଦେବାକୁ ପଡ଼ିବ ଲିଖିତ ପରୀକ୍ଷା

ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ଯୁବକମାନଙ୍କୁ ପ୍ରଥମେ ଲିଖିତ ପରୀକ୍ଷା ଦେବାକୁ ପଡ଼ିବ। ଭାରତୀୟ ସେନାର ନିଯୁକ୍ତି ପ୍ରକ୍ରିୟାରେ ଏହି ବଡ଼ ପରିବର୍ତ୍ତନ କରାଯାଉଛି। ଏହି ପରିବର୍ତ୍ତନ ଚଳିତ ବର୍ଷରୁ ହିଁ କାର୍ଯ୍ୟକାରୀ ହେବ, ଯାହା ଅଧୀନରେ ଅଗ୍ନିପଥ ଯୋଜନାରେ ଅଗ୍ନିବୀର ନିଯୁକ୍ତି ରାଲିରେ ପ୍ରଥମେ ଲିଖିତ ପରୀକ୍ଷା ହେବ।

ଭାରତୀୟ ସେନାରେ ସୈନିକ ଜେନେରାଲ୍ ଡ୍ୟୁଟି, ସୈନିକ କ୍ଲର୍କ ଏବଂ ସୈନିକ ଟ୍ରେଡମ୍ୟାନ୍ ନିଯୁକ୍ତି ପ୍ରକ୍ରିୟାରେ ପ୍ରଥମେ ଶାରୀରିକ ଦକ୍ଷତା ପରୀକ୍ଷା ହୋଇଥାଏ। ଏହାପରେ ଯେଉଁ ପ୍ରାର୍ଥୀମାନେ ମନୋନୀତ ହୁଅନ୍ତିି, ସେମାନଙ୍କର ଡାକ୍ତରୀ ପରୀକ୍ଷା ସହ ଲିଖିତ ପରୀକ୍ଷା ହୋଇଥାଏ। ଦୀର୍ଘ ଦିନରୁ ଭାରତୀୟ ସେନା ଏଥିରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଥିଲା, ଯାହା ଅଧୀନରେ ବର୍ତ୍ତମାନ ପ୍ରଥମେ କମନ ଏନ୍‌ଟ୍ରାନ୍ସ ଟେଷ୍ଟ ବା ଲିଖିତ ପରୀକ୍ଷା, ଏହାପରେ ଶାରୀରିକ ଦକ୍ଷତା ପରୀକ୍ଷା ଏବଂ ପରେ ଡାକ୍ତରୀ ପରୀକ୍ଷା କରାଯାଇ ମନୋନୀତ ପ୍ରାର୍ଥୀଙ୍କ ଯୋଗ୍ୟତା ତାଲିକା ପ୍ରକାଶ କରାଯିବ।

ଯେଉଁ ପ୍ରାର୍ଥୀ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ, ସେମାନଙ୍କର ଶାରୀରିକ ଦକ୍ଷତା ପରୀକ୍ଷା ହେବ। ଭାରତୀୟ ସେନା ଏବଂ ଏଜୁକେସନ କନ୍‌ସଲଟାଣ୍ଟ ଇଣ୍ଡିଆ ଲିମିଟେଡ୍ ଅଧୀନରେ ଏମଓୟୁ ସ୍ୱାକ୍ଷରିତ ହୋଇସାରିଛି। ବର୍ତ୍ତମାନ ସୁଦ୍ଧା OMR ସିଟ୍‌ ଉପରେ ଲିଖିତ ପରୀକ୍ଷା ହୋଇ ଆସୁଥିଲା। କିନ୍ତୁ ଏବେ ଲିଖିତ ପରୀକ୍ଷା ଅନଲାଇନରେ କରାଯିବ। ଏହାପରେ ଖାଲି ପଦବୀର ୧୦ରୁ ୧୫ ଗୁଣା ପ୍ରାର୍ଥୀମାନଙ୍କର ମେରିଟ୍ ତାଲିକା ଜାରି କରାଯିବ ଏବଂ ପରେ ମନୋନୀତ ପ୍ରାର୍ଥୀଙ୍କର ଡାକ୍ତରୀ ପରୀକ୍ଷା ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.