ବରଗଡ : କରୋନା ଆକ୍ରାନ୍ତ ଶିଶୁ ଏକ୍ସପାୟାରୀ ଔଷଧ ଖାଇ ଅବସ୍ଥା ଗୁରୁତର

କେନ୍ୟୁଜ ବ୍ୟୁରୋ : କରୋନା ଆକ୍ରାନ୍ତ ଶିଶୁକୁ ଏକ୍ସପାୟାରୀ ଔଷଧ । ଔଷଧ ଖାଇବା ପରେ ଅସୁସ୍ଥ ଶିଶୁ । ଏଭଳି ଘଟଣା ଘଟିଛି ବରଗଡ ପଦ୍ମପୁର ଉପଖଣ୍ଡ କମଳାପଦର ଗାଁରେ । କରୋନା ପଜିଟିଭ ଆସିବା ପରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଥିବା ନିରାମୟ କେନ୍ଦ୍ରରୁ ଔଷଧ କିଣିଥିଲେ ଏକ ପରିବାର ।

medicine

ତେବେ ଦୁଇ ମାସର ଶିଶୁକୁ ଦିଆଯାଇଥିବା ଦୁଇଟି ଔଷଧ ମଧ୍ୟରୁ ଗୋଟିଏ ଔଷଧ ଏକ୍ସପାୟାରୀ ହୋଇଯାଇଥିବା ଅଭିଯୋଗ ହୋଇଛି । ଏହି ଔଷଧର ଏକ୍ସପାୟାରୀ ତାରିଖ ଥିଲା ଅକ୍ଟୋବର ୨୦୨୦ । ଏହି ଔଷଧ ଖାଇବା ପରେ ଶିଶୁଟି ଝାଡା ହୋଇଥିବା ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.