ଗଞ୍ଜାମ (କେନ୍ୟୁଜ): ଇଏ କି ମାନସିକତା ? ଇଏ କି ଶିକ୍ଷା ? ମାଟ୍ରିକ ପରୀକ୍ଷା ସରିବା ପରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବମକେଇ ଗାଁ ରୁ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯାହାକି ସମସ୍ତଙ୍କୁ ଚମକାଇ ଦେଲାପରି। ବମକେଇ ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ଦେଇ ବାହାରକୁ ଆସିବା କ୍ଷଣି ପିଲାମାନେ ୟୁନିଫର୍ମ ଦେହରୁ କାଢି ଦେବା ସହ ଡିଜେର ତାଳେ ତାଳେ ନାଚୁଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଛି।
ତେବେ ପ୍ରଶ୍ନ ଉଠୁଛି ଡିଜେକୁ ଆଣିବା ପାଇଁ ପିଲାମାନେ କଣ ପୂର୍ବରୁ ଯୋଗାଯୋଗ କରିଥିଲେ କି? ଯାହାକୁ ଦେଖି ଦେଖଣାହାରୀ ଆଶ୍ଚର୍ଯ୍ୟ ବି ହୋଇ ପଡ଼ିଥିଲେ। ସେହିପରି ଆଉ ଏକ ଘଟଣା ଘଟିଛି ଗଞ୍ଜାମ ସାନଖେମୁଣ୍ଡି ପାଟପୁରରେ। ମାଟ୍ରିକ ପରୀକ୍ଷା ଦେଇ ହାଇସ୍କୁଲରୁ ବାହାରିବା ପରେ କୌଣସି କଥାକୁ ନେଇ କିଛି ଛାତ୍ରଙ୍କ ମଧ୍ୟରେ ହାତାହାତି ହୋଇଥିଲା। ସେଥି ମଧ୍ୟରୁ ତିନି ଜଣ ଆହତ ହୋଇ ଆଡପଡା ମେଡିକାଲରେ ଚିକିତ୍ସା ହୋଇ ଫେରିଛନ୍ତି। ଏହିପରି ଘଟଣା ଆମ ସମାଜ ପାଇଁ ଓ ପିଲ ଙ୍କ ପାଇଁ ଆଦୌ ଶୁଭଙ୍କର ହୋଇ ନପାରେ।