ଆଜି ସରିଲା ହାଇସ୍କୁଲ୍ ପରୀକ୍ଷା, ୨୦ କିମ୍ବା ୨୧ରୁ ଆରମ୍ଭ ହେବ ମୂଲ୍ଯାୟନ

କଟକ(କେନ୍ୟୁଜ) : ସରିଲା ହାଇସ୍କୁଲ୍ ପରୀକ୍ଷା । ଚଳିତ ବର୍ଷ ୫ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ପାଇଁ ନାଁ ପଞ୍ଜିକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୨୮ ହଜାର ୪୨୦ ପିଲା ପରୀକ୍ଷା ଦେଇଥିଲେ । ପରୀକ୍ଷା ସରିବା ପରେ ବେଶ ଖୁସି ଅଛନ୍ତି ପିଲା ।

ଦୀର୍ଘ ୨ବର୍ଷ ହେବ କୋଭିଡ ପାଇଁ ପିଲା କୁଆଡେ ଯାଇ ପାରିନଥିବା ବେଳେ ଏବେ ପରିକ୍ଷା ସରିବା ପରେ ପିଲା ବୁଲାବୁଲି କରିବାର ଯୋଜନା ଥିବା କହିଛନ୍ତି । ଅନ୍ଯପଟେ ୨୦ କିମ୍ବା ୨୧ରୁ ଆରମ୍ଭ ହେବ ମୂଲ୍ଯାୟନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.