ଶ୍ରାବଣୀ ମଲ୍ଲିକ ଆତ୍ମହତ୍ୟା ଭିଡିଓ ଭାଇରାଲ ମାମଲା: ୩୦୬ ଧାରାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ୍

ଏକାଧିକ ଲୋକଙ୍କୁ ପଚରାଉଚୁରା

କୋରାପୁଟ: କୋରାପୁଟ ସୁନାବେଡା ଶ୍ରାବଣୀ ମଲ୍ଲିକ ଆତ୍ମହତ୍ୟା ପରେ ଭିଡିଓ ଭାଇରଲ ମାମଲାର ତଦନ୍ତ ଆରମ୍ଭ । ଏକାଧିକ ଲୋକଙ୍କୁ ପଚରାଉଚୁରା କରୁଛି ସୁନାବେଡା ପୋଲିସ । ୩୦୬ ଧାରାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ ।

ଆତ୍ମହତ୍ୟା ପୂର୍ବରୁ ସେ କିଛି ଲୋକଙ୍କ ନାମ ନେଇ ଗୁରୁତର ଅଭିଯୋଗ କରିବା ଭିଡିଓ ଭାଇରାଲ ହୋଇଛି । ତେବେ ମାନସିକ ଚାପ ଗ୍ରସ୍ତ ଓ ଧମକ ଦେବାଦ୍ଵାରା ଭଉଣୀ ଆତ୍ମହତ୍ୟା କରିଥିବା ନେଇ ଏତଲା ଦେଇଛନ୍ତି ମୃତ ଶ୍ରାବଣୀଙ୍କ ଭାଇ । ତେବେ ଶ୍ରାବଣୀଙ୍କ ସ୍ୱାମୀ ଏକ ଚିଟ୍‌ ଫଣ୍ଡ କରିଥିବା ବେଳେ ଏଥିରେ ବହୁ ଲୋକଙ୍କର ଲକ୍ଷଲକ୍ଷ ଟଙ୍କା ବକେୟା ରହିଛି। ତାଙ୍କ ମୃତ୍ୟୁ ପରେ ତୁରନ୍ତ ଟଙ୍କା ଫେରାଇବାକୁ ଶ୍ରାବଣୀଙ୍କ ଉପରେ ଚାପ ପକାଇବା ସହ ଧମକାଉଥିବା ସେ ଭିଡିଓରେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.