ପଣା ସଂକ୍ରାନ୍ତିରୁ ପ୍ରବଳ ତାତି, ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା

ଫେରିବ ଗରମ ଓ ଗୁଳୁଗୁଳି । ଆସନ୍ତା ୧୩ ତାରିଖ ପରଠୁ ରାଜ୍ୟରେ ପୁଣି ବଢ଼ିବ ତାତି । ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ଯାଏ ବଢ଼ିପାରେ ।

ଭୁବନେଶ୍ୱର (କେନ୍ୟୁଜ) : କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ତାତିରେ ବ୍ରେକ୍ ଲାଗିଛି । ପଣା ସଂକ୍ରାନ୍ତିରୁ ରାଜ୍ୟରେ ପୁଣି ଉପରମୁହାଁ ହେବ ପାରଦ । ଫେରିବ ଗରମ ଓ ଗୁଳୁଗୁଳି । ଆସନ୍ତା ୧୩ ତାରିଖ ପରଠୁ ରାଜ୍ୟରେ ପୁଣି ବଢ଼ିବ ତାତି । ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ଯାଏ ବଢ଼ିପାରେ । ପଶ୍ଚିମ ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବ ବୃଦ୍ଧି ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଦିନ ତାପମାତ୍ରା ବଢ଼ିପାରେ। ପୁଣି ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି।

କାଳବୈଶାଖୀ ପ୍ରଭାବରେ ଗତ ଦୁଇ ତିନି ଦିନ ହେବ ରାଜ୍ୟରେ ପାଗ ଥଣ୍ଡା ରହିଛି । ଧୀରେ ଧୀରେ ରାଜ୍ୟରେ ପୁଣି ବଢ଼ିବ ତାପମାତ୍ରା । ୧୮ ତାରିଥ ସୁଦ୍ଧା ପାରଦ ୪୨ ଡିଗ୍ରୀ ଛୁଇଁ ଯାଇପାରେ ବୋଲି ଆକଳନ କରାଯାଇଛି । ୫ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିପାରେ। ତେବେ ୧୩ ତାରିଖ ଭିତରେ ରାଜ୍ୟର କିଛି କିଛି ସ୍ଥାନରେ କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ଓ ବର୍ଷା ଆଶଙ୍କା ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.