ତିତଲି ପରେ ପୁଣି ବାତ୍ୟା ଆଶଙ୍କା : ୨୪ ଘଣ୍ଟାରେ ହେବ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ

ଭୁବନେଶ୍ବର (କେନ୍ୟୁଜ୍) : ତିତଲି ପରେ ପୁଣି ବାତ୍ୟା ଆଶଙ୍କା । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିଝଡ଼ ଡିପ୍ ଡିପ୍ରେସନର ରୂପ ନେଇ ସାରିଛି । ଘଣ୍ଟାପ୍ରତି ଏବେ ୨୫ କିଲୋମିଟର ବେଗରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ଘୂର୍ଣ୍ଣିଝଡ଼ । ବର୍ତ୍ତମାନ ଅବପାତ ଚେନ୍ନାଇଠାରୁ ୧୧୪୦ କିମି ଓ ଆନ୍ଧ୍ରର ନେଲୋରଠାରୁ ୧୧୮୦ କିମି ଦୂରରେ ରହିଛି । ପାଣିପାଗ ବିଭାଗ ପୂର୍ବନୁମାନ କରିଛି, ଆଗାମୀ ୨୪ ଘଣ୍ଟା ଭିତରେ ଅବପାତ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବ ।

cyclone again ଏହାର ଚକ୍ରବ୍ୟୁହ ଭିତରକୁ ଆସିବ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ । ୧୨ ତାରିଖରେ ଏହା ସ୍ଥଳଭାଗ ଛୁଇଁପାରେ । ସେତେବେଳେ ଘଣ୍ଟା ପ୍ରତି ୯୦ରୁ ୧୨୫ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜିଠାରୁ ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ତେବେ ବାତ୍ୟାର ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ । ରାଜ୍ୟ ପ୍ରତି ନାହିଁ କୌଣସି ବିପଦ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.