Below header

ପୁଣି ଟିଟିଲାଗଡରେ ଚାଷୀ ଆତ୍ମହତ୍ୟା, ଋଣ ବୋଝ ପରିଶୋଧ ନ କରିପାରି ବେକରେ ଲଗାଇଲେ ରଶି

ଟିଟିଲାଗଡ (କେନ୍ୟୁଜ୍): ଟିଟିଲାଗଡରେ ଅଭାବନୀୟ ଘଟଣା । ଋଣ ବୋଝ ପରିଶୋଧ ନ କରିପାରି ଜଗୁଆ ପଞ୍ଚାୟତ ଦର୍ଲୋ ଗାଁର ଯୁବ ଚାଷୀ ଘାସିରାମ ମାଝି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ଘାସିରାମ ଏକର ଏକର ଜମିରେ ଚାଷ କରିଥିଲେ । ଏଥିପାଇଁ ବିଭିନ୍ନ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ସମେତ ସମବାୟ ଓ କୋପରେଟିଭ ବ୍ୟାଙ୍କରୁ ଛଅ ଲକ୍ଷ ଟଙ୍କା ଋଣ ନେଇଥିଲେ । ଏଥିପାଇଁ ମାସକୁ ୭୨ ହଜାର ଟଙ୍କା ସୁଧ ଦେବାକୁ ପଡୁଥିଲା । ତେବେ ଲଗାଣ ବର୍ଷାରେ ଘାସିରାମଙ୍କ ବ୍ୟାପକ ଚାଷ ନଷ୍ଟ ହୋଇଥିଲା । ଫଳରେ କିଛି ଦିନ ହେଲା ମାନସିକ ଚାପରେ ରହୁଥିଲେ । ଆଜି ସକାଳେ ନିଜ ଚାଷଜମି ପାଖରେ ଥିବା ଏକ ଗଛରେ ଫାଶ ଲଗାଇ ଆତ୍ମହତ୍ୟା କରିଛନ୍ତି । ଋଣ ଭାର ହିଁ ଆତ୍ମହତ୍ୟାର ମୁଖ୍ୟ କାରଣ ବୋଲି ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି । ବ୍ୟାପକ ଋଣଭାର ହିଁ ଆତ୍ମହତ୍ୟାର କାରଣ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.