ପ୍ରଫେସର ପଦବୀ ପାଇଁ ଓୟୁଏଟି ପ୍ରାର୍ଥୀ ଆବଶ୍ୟକ କରୁଛି, ଏମିତି କରନ୍ତୁ ଆବେଦନ
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପ୍ରଫେସର ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ଆବଶ୍ୟକ କରୁଛି। ଏଥିପାଇଁ ଆବେଦନର ଶେଷ ତାରିଖ ରହିଛି ୧୦.୧୦.୨୦୧୯। ପ୍ରଫେସର ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ। ଜାଣନ୍ତୁ ଏହି ପଦବୀ ସମ୍ପର୍କରେ…
ଏହାସହ ପଢ଼ନ୍ତୁ: ଆପଣ ଦ୍ୱାଦଶ ପାସ୍ କରିଛନ୍ତି କି ? ଆପଣଙ୍କୁ ମିଳିପାରିବ ସପ୍ତମ ବେତନ କମିଶନ ମୁତାବକ ଦରମା
ପୋଷ୍ଟର ନାମ: ପ୍ରଫେସର
ମୋଟ ପୋଷ୍ଟ ସଂଖ୍ୟା:୧
ସ୍ଥାନ:ଭୁବନେଶ୍ୱର
ଶିକ୍ଷାଗତ ଯୋଗ୍ୟତା: ପ୍ରଫେସର ପଦ ପାଇଁ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଏମ୍.ଫିଲ୍/ପିଏଚ୍ଡି ହୋଇଥିବା ଆବଶ୍ୟକ। ଏଥିସହ ୧୦ରୁ ୧୫ ବର୍ଷର ଅଭିଜ୍ଞତା ଥିବା ଜରୁରୀ।
ବୟସ ସୀମା: ୧୮ରୁ ୬୫ ବର୍ଷ
ଚୟନ ପ୍ରକ୍ରିୟା: ଆବେଦନ କରିଥିବା ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ଓ ଇଣ୍ଟରଭ୍ୟୁ ଦେବାକୁ ପଡ଼ିବ।
ଓୟୁଏଟିର ଅଫିସିଆଲ୍ ୱେବସାଇଟ୍କୁ ଯାଇ ଆପଣ ଆବେଦନ କରିପାରିବେ।