ବାପାଙ୍କ ମୃତ୍ୟୁର ୧୫ ବର୍ଷ ପରେ ତାଙ୍କ ଭିଡିଓ ଦେଖି କାନ୍ଦି ପକାଇଲେ ପର୍ତ୍ତୁଗାଲ ଖେଳାଳି କ୍ରିଷ୍ଟାୟାନୋ ରୋନାଲ୍ଡ, ଜାଣନ୍ତୁ କାହିଁକି

ଫୁଟବଲ ମୈଦାନ  ପର୍ତ୍ତୁଗାଲ ଖେଳାଳି କ୍ରିଷ୍ଟାୟାନୋ ରୋନାଲ୍ଡଙ୍କ ଖେଳର ଦର୍ଶକଙ୍କୁ ବେଶ୍ ରୋମାଞ୍ଚିତ କରିଥାଏ। ରୋନାଲ୍ଡଙ୍କ ଜୀବନେ ଅନେକ ଝଡ ଝଞ୍ଜା ପରେ ମଧ୍ୟ ତାଙ୍କ ମୁହଁରେ ସର୍ବଦା ହସ ଦେଖିବାକୁ ମିଳିଥାଏ।  ଏମିତି ହୃଦୟ ଖୋଲା ଖେଳାଳିଙ୍କର ଏବେ ଏକ ଟିଭି ସୋରେ ହୃଦୟ ଭାଙ୍ଗି ଯାଇଥିବାର ଦେଖିବାକୁ ମିଳିଛି। ଆଉ ଏହାର କାରଣ ଥିଲା ଟିଭିରେ ଚାଲିଥିବା ଇଣ୍ଟରଭ୍ୟୁରେ ରୋନାଲ୍ଡ ନିଜ ମୃ
ତ ବାପାଙ୍କର ଏକ ପୁାରୁଣା ଭିଡିଓ ଦେଖିଥିଲେ। ଏହା ପରେ ସେହି ସୋରେ ହିଁ  ଭୋ ଭୋ ହୋଇ  କାନ୍ଦି ପକାଇଥିଲେ।

ପିଓର୍ସ ମୋର୍ଗାନଙ୍କ ସହିତ ରୋନାଲ୍ଡ ଏକ ଇଣ୍ଟରଭ୍ୟୁରେ  ଥିଲେ। ଏହି ମଧ୍ୟରେ ରୋନାଲ୍ଡଙ୍କ  ବାପାଙ୍କ ଏକ ଭିଡିଓ ଯାହା ୨୦୦୪ ମସିହର ୟୂରୋ କପର ପୂର୍ବର ତାଙ୍କୁ ଦେଖିଆଯାଇଥିଲା।  ଏହି ଭିଡିଓଟିରେ ତାଙ୍କ ବାପା ଜସ୍ ଡେନିସ ନିଜ ପୁଅ ରୋନାଲ୍ଡଙ୍କ  ଉପଲବ୍ଧିକୁ ନେଇ ବେଶ ଗର୍ବିତ ଦେଖିବାକୁ  ମିଳିଥିଲା।  ଏହାକୁ  ଦେଖି ରୋନାଲ୍ଡ କାନ୍ଦି ପକାଇଥିଲେ। କାରଣ ଏହି ଭିଡିଟିକୁ ରୋନାଲ୍ଡ ଆଗରୁ କେବେ ବି ଦେଖିନଥିଲେ।  କାହିଁକିନା  ୨୦୦୪ରେ ୟୁରୋ କପ ପର୍ତ୍ତୁଗାଲରେ ଆୟୋଜନ କରାଯାଇଥିଲା। ଏହାର କିଛି ସମୟ ପରେ ରୋନାଲ୍ଡଙ୍କ ପିତାଙ୍କର ଲିଭର ଫେଲ କାରଣରୁ ମୃତ୍ୟୁ ହୋଇଥିଲା।

ଆହୁରି ପଢନ୍ତୁ: ପୁରୁଣାଭଙ୍ଗା ଘଣ୍ଟାକୁ ନୂଆ ରୂପ ଦିଅନ୍ତି ଏହି ବ୍ୟକ୍ତି, କେବେ ବି ଦେଖିନଥିବେ ଏଭଳି କଳାକୃତି

ଏହି ଇଣ୍ଟରଭ୍ୟୁ ପରେ ଯେତେବେଳେ ରୋନାଲ୍ଡ ପଚରା ଯାଇଥିଲା କି  ଆପଣ ନିଜ ପିତାଙ୍କ ମୁହଁରେ ନିଜର ପ୍ରଶଂସା ଶୁଣି କିପରି ଲାଗିଲା ।  ଏହି କଥା ଶୁଣି ରୋନାଲ୍ଡ କାନ୍ଦି କାନ୍ଦି ଭଲ ଲାଗିଥିବାର କହିଥିଲେ। ଏହା ସହ କହିଥିଲେ ‘ମୋତେ ଲାଗିଥିଲା ଯେ ମୁଁ କିଛି ଫନି ହେବି କିନ୍ତୁ ଜାଣି ନଥିଲି ଏହା ଦଖି ମୁଁ କାନ୍ଦି ପକାଇବି’।  ରୋନାଲ୍ଡ କହିଥିଲେ ତାଙ୍କ ବାପା ଖୁବ୍ ମଦ୍ୟପାନ କରନ୍ତି। ଯାଉଁ କାରଣରୁ ରୋନାଲ୍ଡ ୨୦ ବର୍ଷ ବୟସର ହୋଇଥିବା ବେଳେ ତାଙ୍କ ବାପା ଘର ଛାଡି ଚାଲି ଯାଇଥିଲେ। ପରେ ତାଙ୍କ ସହ ଥରଟିଏ ପାଇଁ ଭଲରେ କଥାବର୍ତ୍ତା ହୋଇନଥିବାର ରୋନାଲ୍ଡ କହିଥିଲେ।