Below header

ଲଘୁଚାପ ପରେ ଲଘୁଚାପକୁ ନେଇ ଲୋକେ ଚିନ୍ତାରେ ଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ

କେନ୍ୟୁଜ୍(ବ୍ୟୁରୋ):  ଆସୁଛି ଆଉ ଏକ ଲଘୁଚାପ । ଲଘୁଚାପ ପରେ ଲଘୁଚାପକୁ ନେଇ ଲୋକେ ଚିନ୍ତାରେ ଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ । କେନ୍ଦ୍ରୀୟ ବଙ୍ଗୋପ ସାଗରରେ ୧୯ ତାରିଖ ବେଳକୁ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ୧୮ ଅକ୍ଟୋବର ମଧ୍ୟରେ ଦକ୍ଷିଣ ଚୀନ ସାଗରରୁ ଆଣ୍ଡାମାନ ସାଗର ମଧ୍ୟରେ ଏହା ସୃଷ୍ଟି ହେବାର ସମ୍ଭାବନା ରହିଛି । ପରେ ଅଧିକ ସକ୍ରିୟ ହୋଇ ପଶ୍ଚିମ, ଉତ୍ତର ପଶ୍ଚିମ ଦିଗକୁ ଅର୍ଥାତ୍‌ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଆଡକୁ ଗତି କରିପାରେ ।

ପାଣିପାଗ ସଂସ୍ଥା ସ୍କାଏମେଟ ଅନୁଯାୟୀ ଆରବସାଗର ଏବଂ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଯଦି ଏହି ଲଘୁଚାପ ଡିପ୍ରେସନର ରୂପ ନିଏ ତେବେ ଏହା ବାତ୍ୟାରେ ପରିଣତ ହୋଇପାରେ । ଯାହାର ନାମ ରହିବ ‘ଗତି’ । ତେବେ ‘ଗତି’ର ଗତିପଥ ବାବଦରେ ଏଯାଏ କିଛି ସ୍ପଷ୍ଟ ହୋଇନାହିଁ । ଅର୍ଥାତ ଏହାକୁ କେଉଁ ଦିଗକୁ ଗତି କରିବ ତାହା ଏଯାଏ ଜଣାପଡିନାହିଁ । ତେବେ ଏହି ଲଘୁଚାପ ପ୍ରଭାବରେ ସମଗ୍ର ଦକ୍ଷିଣ ଭାରତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.