ବଲିଉଡ ଡ୍ରଗ୍ସ ମାମଲାରେ ବିବେକ ଓବରାୟଙ୍କ ଘରେ ପଶିଲା କ୍ରାଇମବ୍ରାଞ୍ଚ, ଚାଲିଛି ଖୋଜା

ବଲିଉଡ ଡ୍ରଗ୍ସ ମାମଲାରେ ଅଭିନେତା ବିବେକ ଓବରାୟଙ୍କ ଘରେ କ୍ରାଇମବ୍ରାଞ୍ଚ ଯାଞ୍ଚ କରିଛି। ମିଳିଥିବା ସୂଚନା ଅନୁସାରେ, ବେଙ୍ଗାଲୁରୁ CCB (Central Crime Branch) ପୋଲିସ ବିବେକଙ୍କ ଶଳା ଆଦିତ୍ୟ ଅଲବାଙ୍କୁ ଖୋଜିବା ଆଳରେ ତାଙ୍କ ଘରେ ଖାନ ତଲାସୀ କରିଛି। କନ୍ନଡ଼ ଫିଲ୍ମ ନିର୍ମାତା ଇନ୍ଦ୍ରଜିତ ଲଙ୍କେସ ଯେଉଁ ଡ୍ରଗ୍ସ ରାକେଟ ବିଷୟରେ ଖୁଲାସା କରିଥିଲେ, ତାହାର ମୁଖ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରୁ ଆଦିତ୍ୟ ଅନ୍ୟତମ।

bc

ତେବେ CCB ଅଧିକାରୀମାନେ ବିବେକ ଓବରାୟଙ୍କ ଘର ଯାଞ୍ଚ କରିବା ପାଇଁ କୋର୍ଟରୁ ୱାରେଣ୍ଟ ହାସଲ କରିଥିଲେ। ଯେପରି ଜଣାପଡ଼ିବ କି, ଅଲବା ନିଜ ଭଉଣୀ ପ୍ରିୟଙ୍କାଙ୍କ ଘରେ ଲୁଚିଛନ୍ତି କି ନାହିଁ। କିନ୍ତୁ ଯେବେଠୁ ପୋଲିସ Sandalwood ଷ୍ଟାର ରାଗିଣୀ ଦ୍ବିବେଦୀଙ୍କ ଘର ଯାଞ୍ଚ କରିଥିଲା, ସେବେଠୁ ଅଲବା ଫେରାର ହୋଇଯାଇଛନ୍ତି।

bb

ଏହି ମାମଲାରେ ଅଲବାଙ୍କ ବିରୋଧରେ ଗତ ସେପ୍ଟେମ୍ବରରେ ଲୁକ ଆଉଟ ନୋଟିସ ଜାରି କରାଯାଇଛି। CCB ଅନୁସାରେ, ଆଦିତ୍ୟ ଏହି ମାମଲାରେ ୫ମ ଅଭିଯୁକ୍ତ। ସେ ଏକ ପ୍ରଭାବଶାଳୀ ପରିବାରରୁ ଆସିଛନ୍ତି। ତାଙ୍କ ଦିବଂଗତ ବାପା ଜୀବନରାଜ ଅଲବା ତାଙ୍କ ସମୟରେ ସବୁଠୁ ଶକ୍ତିଶାଳୀ ନେତା, ମନ୍ତ୍ରୀଙ୍କ ମଧ୍ୟରୁ ଜଣେ ଥିଲେ। ତାଙ୍କୁ ଦିବଂଗତ ମୁଖ୍ୟମନ୍ତ୍ରୀ ରାମକୃଷ୍ଣ ହେଗଡେଙ୍କ ଡାହାଣ ହାତ ବୋଲି କୁହାଯାଉଥିଲା। ଆଦିତ୍ୟଙ୍କ ମା’ ନନ୍ଦିନୀ ଅଲବା ମଧ୍ୟ ଜଣେ ପ୍ରତିଷ୍ଠିତ ମହିଳା। ସେ ପ୍ରତିଷ୍ଠିତ ନୃତ୍ୟାଙ୍ଗନା ଏବଂ ଇଭେଣ୍ଟ ଅର୍ଗାନାଇଜର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.