Below header

ପୁଣି ବାତ୍ୟା, ଆରବସାଗରରେ ଦାନା ବାନ୍ଧୁଛି ‘ବାୟୁ’

ଆରବସାଗରରେ ଦାନା ବାନ୍ଧୁଛି ବାତ୍ୟା ‘ବାୟୁ’ । ଲାକ୍ଷାଦ୍ୱୀପ ନିକଟ ଦକ୍ଷିଣ-ପୂର୍ବ ଆରବ ସାଗରରେ ସୃଷ୍ଟ ଅବପାତ ଆସନ୍ତା ୬ ଘଣ୍ଟା ମଧ୍ୟରେ ଡିପ ଡିପ୍ରେସନରେ ପରିଣତ ହେବ । ପରବର୍ତ୍ତୀ ୨୪ଘଣ୍ଟାରେ ଏହା ବାତ୍ୟାର ରୂପ ନେବ । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ପ୍ରଭାବରେ କେରଳ, କର୍ଣ୍ଣାଟକରେ ଜୋରରେ ପବନ ବହିବା ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି ଗୋଆ, କଙ୍କଣ, ସୌରାଷ୍ଟ୍ର ଓ କଚ୍ଚରେ ମଧ୍ୟ ପ୍ରଭାବ ପଡ଼ିବ । ୧୪ ତାରିଖ ଯାଏ ବାତ୍ୟାର ପ୍ରଭାବ ରହିବ ବୋଲି ଭାରତୀୟ ବିଭାଗ ସୂଚନା ଦେଇଛି । ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ଏହା ଘଣ୍ଟାପ୍ରତି ୬୦ କିଲୋମିଟର ଛୁଇଁପାରେ । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସତର୍କ କରିଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.