ପୁଣି ଗିରଫ ହେଲେ କଟକର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳ

କଟକ(କେନ୍ୟୁଜ୍) : ଗତକାଲି ରାତିରେ କଟକ କମିସନରେଟ ପୋଲିସର ସ୍ପେସାଲ ସ୍କ୍ଵାଡ ରଞ୍ଜିତାଙ୍କ ସହ ତାଙ୍କ ସହଯୋଗୀ ଆଲୋକ ପୃଷ୍ଟିଙ୍କୁ ଗିରଫ କରିଛି। ବେଆଇନ ଭାବେ ଘରେ ବନ୍ଧୁକ ରଖିଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିବା କଟକ ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି। ରଞ୍ଜିତାଙ୍କ ପାଖରୁ ୩ଟି ବନ୍ଧୁକ ଓ ୬ଟି ଗୁଳି ଜବତ କରାଯାଇଛି। ନିଜ ସହଯୋଗୀଙ୍କ ସହ ଦାଦାବଟି ଆଦାୟ, ଟେଣ୍ଡର ଫିକ୍ସି, ନିର୍ବାଚନ ସମୟରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରିବାକୁ ରଞ୍ଜିତା ଯୋଜନା କରୁଥିବା ପୋଲିସ କହିଛି। ଏସଡିଜେଏମ କୋର୍ଟରେ ହାଜର ପରେ ତାଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦିିଆଯାଇଛି। ପୂର୍ବରୁ ଧଳ ସାମନ୍ତ ବ୍ରଦର୍ସ ସହ ଲିଙ୍କ ନେଇ ରଞ୍ଜିତା ୨୦୧୮ ମାର୍ଚ୍ଚରେ ଗିରଫ ହୋଇ ଜେଲରେ ଥିଲେ। ପରେ ସେ ଜାମିନରେ ଆସିଥିଲେ।.