ପୁଣି କଟକରେ ନକଲି ମସଲା କାରଖାନା ଠାବ: ଜଗତପୁରରେ ପୋଲିସ ଓ ସିଏମସି ଅଧିକାରୀଙ୍କ ଚଢଉ
କଟକ(କେନ୍ୟୁଜ୍): କଟକରେ ପୁଣି ଏକ ନକଲି ମସଲା କାରଖାନା ଠାବ। ଜଗତପୁରରେ ନକଲି ମସଲା କାରଖାନା ଉପରେ ସ୍ଥାନୀୟ ପୋଲିସ ଓ ସିଏମସି ଅଧିକାରୀଙ୍କ ଚଢଉ। ସେଠାରୁ ବିପୁଳ ପରିମାଣର ମସଲା, ହଳଦୀ, ଲଙ୍କା ଗୁଣ୍ଡ ଆଦି ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ। ଏନେଇ ମସଲା କାରଖାନା ମାଲିକ ରାଜେଶ ରାଉତକୁ ଗିରଫ କରିଛି ପୋଲିସ।
ମସଲା ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ କେମିକାଲ, ଚାଉଳ, କୁଣ୍ଡା ଗୁଣ୍ଡ ବ୍ୟବହାର କରୁଥିଲେ। ମସଲା ତିଆରି ପାଇଁ ଲାଇସେନ୍ସ ନଥିଲା। ଓରିମିକ୍ସ ନାଁରେ କମ୍ପାନୀ ଖୋଲି ବିକ୍ରି ବିଭିନ୍ନ ଅଫର ଦେଇ ମସଲା ବିକ୍ରି କରୁଥିଲେ।