ଗଣ୍ଠି ଦରଜ ଓ ଡାଇବେଟିସ ପରି ବହୁ ରୋଗର ଗୋଟିଏ ସମାଧାନ ପିଜୁଳି ପତ୍ର, ଜାଣନ୍ତୁ କେମିତି ଖାଇବେ
ପଜୁଳି ଖାଇବାକୁ କିଏ ଭଲ ନ ପାଏ । ହେଲେ ଜାଣନ୍ତି କି ପିଜୁଳି ପତ୍ର ଖାଇବା ଦ୍ୱାରା କ’ଣ ସବୁ ଲାଭ ହୋଇଥାଏ । ପିଜୁଜି ପତ୍ର ଦ୍ୱାରା ବହୁ ରୋଗ ଭଲ ହୋଇପାରିବ । ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପିଜୁଳି ପତ୍ର ଗଣ୍ଠି ଦରଜ ଓ ଡାଇବେଟିସ ପରି ବହୁ ମାରାତ୍ମକ ରୋଗକୁ ଭଲ କରିବାରେ ସହାୟକ ହୋଇଥାଏ । ଆଜି ଆସନ୍ତୁ ଜାଣିବା କେଉଁ କେଉଁ ରୋଗ ପାଇଁ ପିଜୁଳି ପିଜୁଳି ପତ୍ର ଉପକାରୀ ହୋଇଥାଏ ।
୧. ପ୍ରତି ଦିନ ଗୋଟିଏ ପିଜୁଳି ଖାଇବା ଦ୍ୱାର କ୍ୟାନସର ଭଳି ରୋଗର ଭୟ ମଧ୍ୟ ଭଲ ହୋଇାଥାଏ ।
୨. ପିଜୁଳି ପତ୍ର ରସ ପିଇବା ଦ୍ୱାରା ମୋଟାପଣ ଦୂର ହେବା ସହ କୋଲେଷ୍ଟରାଲ ମଧ୍ୟ ହ୍ରାସ ପାଇଥାଏ ।
୩. ଗଣ୍ଠି ଦରଜ ପାଇଁ ପିଜୁଳି ପତ୍ରକୁ ଗୁଣ୍ଡ କରି ଏହାକୁ ଗରମ କରି ଦରଜ ସ୍ଥାନରେ ଲଗାଇଲେ ଆରାମ ମିଳିଥାଏ ।
୪. କୋଷ୍ଠ କାଠିନ୍ୟରେ କଅଁଳ ପିଜୁଳି ପତ୍ରକୁ ବାଟି ଏହାର ରସ ସେବନ କରିବା ଦ୍ୱାରା କୋଷ୍ଠ କାଠିନ୍ୟ ରୋଗ ଦୂର ହୋଇଥାଏ ।
୫. ଶରୀରର ଦୁର୍ବଳତା ପାଇଁ ପିଜୁଳି ପତ୍ରର ରସରେ ଲୁଣ ଓ ଚିନି ମିଶାଇ ଖାଇବା ଦ୍ୱାରା ଶରୀରର ଦୁର୍ବଳତା ଦୂର ହୋଇଥାଏ ।
୬. ପଜୁଳି ଖାଇବା ଦ୍ୱାରା ପାଚନ ଶକ୍ତ ମଜବୁତ ହୋଇଥାଏ ।
୭. ଡେଙ୍ଗୁ ଜର ସଂକ୍ରମଣକୁ ମଧ୍ୟ ପିଜୁଳି ପତ୍ର ରସ କମ କରିଥାଏ ।
୮. ପିଜୁଳି ପତ୍ର ରସ ଏଲର୍ଜି ପାଇଁ ବହୁତ କାମରେ ଆସିଥାଏ । ଏହା ଏଲର୍ଜିକୁ ମଧ୍ୟ ଭଲ କରିଥାଏ ।