Below header

ପିଲାଟିଏ ହେବାପରେ କାହିଁକି ସମ୍ପର୍କରେ ତିକ୍ତତା ଆସେ, ଜାଣନ୍ତୁ

କୁ ହାଯାଏ ସେପର୍ଯ୍ୟନ୍ତ ଜୀବନ ସଂମ୍ପୂର୍ଣ୍ଣ ହୁଏନି ଯେପରର୍ଯ୍ୟନ୍ତ କୋଳରେ ପିଲାଟେ ନାହିଁ । କିନ୍ତୁ ଆଜିକାଲିର ସମୟରେ କେହି କାହାକୁ ସମୟ ଦେବାକୁ ସମୟ ନାହିଁ । ସମସ୍ତେ ଯେମିତି ସକସେସ ପଛରେ ଧାଇଁଛନ୍ତି । ବିଶେଷକରି ମହିଳାଙ୍କ କଥା ଯଦି କହିବା ମହିଳା ବି ବ୍ୟସ୍ତ ନିଜ ଜୀବନରେ । ସେ ଚାକିରି ଜୀବନ ହେଉ ଅବା ଘରୋଇ । ସବୁବେଳେ ଏମିତି ହୁଏ କି ପ୍ଲାନିଂ ପରେ ବି କାର୍ଯ୍ୟ ସଠିକ ହୋଇପାରେନି । ଯେପର୍ଯ୍ୟନ୍ତ ଆମେ ୨ ଅଛେ ,ଠିକ ଚାଲିଥାଏ । ଯେବେ ୩ହେଉ ଅନେକ ଦାୟିତ୍ୱ ବଢିଯାଏ । ତା ସହ ବ୍ୟସ୍ତତା ମଧ୍ୟ । ପିଲାଟିଏ ହେବା ପରେ ଅନେକ କିଛି ପଡେଟିଭ ସହ ନେଗେଟିଭ ଇମ୍ପ୍ୟାକ୍ଟ ମଧ୍ୟ ଲାଇଫରେ ପଡିବାରେ ଲାଗେ । ଆଜି କାଲି କପଲ ମାନେ ପିଲାଟିଏ ହେବା ପୂର୍ବରୁ ଅନେକ ତୟାରି କରିନିଅନ୍ତି । ହେଲେ ସବୁ କିଛି ସେହିଭଳି ଚାଲିପାରେନି । ଯାହାଫଳରେ ପତିପତ୍ନୀଙ୍କ ମଧ୍ୟରେ କଳି ଝଗଡା ଆରମ୍ଭ ହୋଇଯାଏ । ଆଉ ଏସବୁ ଏତେ ବଢିଯାଏ ଯେ ସମ୍ପର୍କରେ ଫାଟ ମଧ୍ୟ ସୃଷ୍ଟି ହୁଏ । ପୂର୍ବପରି ସହଜରେ ସବୁକିଛି ଚାଲିପାରେନି । ହେଲେ କାହିଁକି । କଣ ଏହାର କାରଣ । ପିଲାଟି ହେବାପରେ ତ ସମ୍ପର୍କ ଆହୁରି ମଜବୁତ ହେବା କଥା । ହେଲେ କାରଣ କଣ । ଜାଣିବା

ଉଭୟ ଉଭୟଙ୍କୁ ସମୟ ନଦେବା
ପିଲାଟି ଜୀବନରେ ଆସିବା ପରେ ଅନେକ କିଛି ସମସ୍ୟାର ସାମନା କରିବାକୁ ପଡିଥାଏ । ମହିଳାଙ୍କ ପୂରା ଧ୍ୟାନ ପିଲା ଉପରକୁ ଯାଇଥାଏ ଏବଂ ସ୍ୱାମୀଙ୍କ ଉପରୁ ବିଲକୁଲ ହଟିଯାଏ । ତେଣୁ ଉଭୟ ଉଭୟଙ୍କୁ ସମୟ ଦେବା ନିହାତି ଜରୁରୀ ।

ନିଦ କମ ହେବା
ଛୋଟ ପିଲାଙ୍କର ଶୋଇବାର ସେଭଳି କିଛି ସଠିକ ସମୟ ନଥାଏ । ବେଳେବେଳେ ଏପରି ହୋଇଥାଏ କି ପିଲା ରାତିରେ ବାରମ୍ବାର ଉଠିବା ଫଳରେ ମାତା ପିତାଙ୍କର ମଧ୍ୟ ନିଦ ଭାଙ୍ଗିଥାଏ । ନିଦ ପୁରା ନହେବା ଫଳରେ ଚିଡଚିଡାପଣ ବୃଦ୍ଧି ପାଏ ଏବଂ ଷ୍ଟ୍ରେସ ମଧ୍ୟ ବୃଦ୍ଧିପାଏ । କେବେ କେବେ ରାଗରେ ବିରକ୍ତିଭାବ ମଧ୍ୟ ଉଭଯ ଉଭୟଙ୍କ ପ୍ରତି ଦେଖାଇଥାନ୍ତି ।

ସମୟର ଅଭାବ
ପିଲାଟି ହେବା ପରେ କପଲଙ୍କୁ ସମୟ ମିଳିନଥାଏ । ଯାହା ବାଣ୍ଟି ହୋଇଯାଏ । ଫଳରେ ସମ୍ପର୍କରେ ଦୂରତା ଆସିଯାଏ । ପୂର୍ବରୁ ଯେଉଁ ସମୟ ଅତିବାହିତ କରିଥାନ୍ତି ତାହା ସମ୍ଭବ ନହେବାର ଦ୍ୱାରା ସମ୍ପର୍କରେ ତିକ୍ତତା ସୃଷ୍ଟି ହୁଏ । ପିଲାର ସମସ୍ତ କାର୍ଯ୍ୟରେ ବ୍ୟସ୍ତ ରହିବା ଫଳରେ ସମ୍ପର୍କରେ ଖଟାସ ଆରମ୍ଭ ହୋଇଯାଏ ।

ଦାୟିତ୍ୱ
ପିଲାଟିର ସମସ୍ତ ଦାୟିତ୍ୱ ମାଆଟେ ନେଇଥାଏ । ହେଲେ ବର୍ତ୍ତମାନ ସମୟରେ କର୍ମଯୋଗୀ ମାଆ ମାନେ ଘର କାମ, ବାହାର କାମ ଓ ପିଲାର ଦାୟିତ୍ୱ ଏକାସଂଗେ ନେବା ଫଳରେ ଥକି ଯାଇଥାନ୍ତି । ଫଳରେ ପୁରା ଦାୟିତ୍ୱ ନେବାରେ କେବେ କେବେ ସକ୍ଷମ ହୋଇନଥାନ୍ତି । ଆଉ ଏସବୁ ବାରମ୍ବାର ହେବା ଫଳରେ କଳି ଝଗଡା ଆରମ୍ଭ ହୋଇଯାଏ ।

ସୂକ୍ଷ୍ମ ପରିବାର
ପିଲାଟିଏ ହେଲେ ଘରେ ସମସ୍ତେ ଖୁସି ହୋଇଥାନ୍ତି । ଯେମିତିକି ପୂର୍ବରୁ ଯୌଥ ପରିବାର ଗୁଡିକରେ ସମସ୍ତେ ପିଲାଟିକୁ ସମ୍ଭାଳିବାକୁ ରହିଥାନ୍ତି । ଫଳରେ ବ୍ୟସ୍ତତା ଟିକିଏ କମିଯାଇଥାଏ ଏବଂ ଚିନ୍ତା ମଧ୍ୟ କମ ରହିଥାଏ । ହେଲେ ବର୍ତ୍ତମାନ ସମୟରେ ସୂକ୍ଷ୍ମ ପରିବାର ହେତୁ ସବୁ ଚିନ୍ତା ସମସ୍ତ ଦାୟିତ୍ୱ ପିତାମାତାଙ୍କୁ ନେବାକୁ ପଡୁଥିବାରୁ ଆରମ୍ଭ ହୋଇଯାଏ ସମ୍ପର୍କରେ ସମସ୍ୟା ।

ପ୍ରତିଯୋଗୀତା
ପିଲାଟି ହେବାପରେ ଛୋଟବେଳୁ କିଭଳି ନିଜ ପିଲାକୁ ପ୍ରତିଭାଶାଳୀ କରିବା ସେ ଚିନ୍ତା ଘାରେ ଅବିଭାବକଙ୍କୁ । ଯାହା ଫଳରେ ତାର ଖାଦ୍ୟପେୟ ତାର ପୋଷାକ ଏମିତିକି ଶରୀର ଗଠନ ଠାରୁ ଆରମ୍ଭ କରି ସବୁ ଦିଗ ରେ ଏକ ପ୍ରତିଯୋଗୀତା ସ୍ତରକୁ ଓହ୍ଲାଇ ପଡୁଛନ୍ତି କପଲ । କିନ୍ତୁ ଏହା ସବୁ ସମୟରେ ସମ୍ଭବ ହୋଇନଥାଏ ଫଳରେ ଉଭୟଙ୍କ ମଧ୍ୟ ପାଟିତୁଣ୍ଡ ଆରମ୍ଭ ହୁଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.