ଚେନ୍ନାଇରୁ ଗଞ୍ଜାମ ଆଉ ଏକ ବିପଦପୂର୍ଣ୍ଣ ଜଳଯାତ୍ରା, ବୋଟ୍‌ରେ କୂଳରେ ଲାଗିଲେ ରାମେୟାପାଟଣାର ମତ୍ସ୍ୟଜୀବୀ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକର ରାମେୟା ପାଟଣା ସମୁଦ୍ର ଜେଟିରେ ଲାଗିଲା ଚେନ୍ନାଇରୁ ଆସିଥିବା ଦ୍ୱିତୀୟ ଡଙ୍ଗା। ଆନ୍ଧ୍ର ପ୍ରଦେଶର ୧୪ ଜଣଙ୍କ ସମେତ ଗଞ୍ଜାମ ଜିଲ୍ଲାର ୩୯ ଜଣ ଧୀବର ଏକ ଡଙ୍ଗା କିଣି ସମୁଦ୍ର ପଥରେ ଫେରି ଆସିଛନ୍ତି ନିଜ ଭିଟାମାଟିକୁ। ବିପଦ ସଂକୁଳ ଯାତ୍ରା କରି ଅନେକ ସମସ୍ୟାର ସାମନା କରିବା ପରେ ଏମାନେ କୂଳରେ ପହଞ୍ଚିଛନ୍ତି ।

ତେବେ ଆନ୍ଧ୍ର ପ୍ରଦେଶର କାବିଟି ସମୁଦ୍ର ତଟରେ ୧୪ ଜଣ ଆନ୍ଧ୍ର ଧୀବର ଓହ୍ଲାଇ ପଡ଼ିଥିବା ବେଳେ ଅନ୍ୟମାନେ ଗଞ୍ଜାମକୁ ଫେରି ଆସିଛନ୍ତି । ଏମାନେ କୂଳରେ ପହଞ୍ଚିବା ପରେ ବ୍ରହ୍ମପୁର ଉପଜିଲ୍ଲାପାଳ, ତହସିଲଦାର, ଥାନା ଅଧିକାରୀ, ମେଡିକାଲ ଟିମ୍‌ ଜେଟି ନିକଟରେ ପହଞ୍ଚି ସେମାନଙ୍କୁ କ୍ୱାରେଣ୍ଟାଇନ୍‌ ହୋମ୍‌କୁ ନେଇ ଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.