କନିକା କପୁରଙ୍କ ଘର କାନ୍ଥରେ ନୋଟିସ ଲଗାଇଲା ପୋଲିସ, 30 ଏପ୍ରିଲରେ ପଚରାଉଚରା ପାଇଁ ଥାନାକୁ ଡାକିଲା

କରୋନା ଭାଇରସ କବଳରୁ ମୁକ୍ତ ହୋଇ ଏବଂ ହସ୍ପିଟାଲରୁ ଡିସଚାର୍ଜ ହୋଇ ବି ବଲିଉଡ ସିଙ୍ଗର କନିକା କପୁରଙ୍କ ସମସ୍ୟା ସରିନାହିଁ। ଏବେ ଲଖନଉ ପୋଲିସ କନିକାଙ୍କ ଘରେ ପହଞ୍ଚିଛି। ଦାୟିତ୍ବହୀନତା ଏବଂ ଅବହେଳାକୁ ନେଇ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ସମ୍ବନ୍ଧରେ ତାଙ୍କୁ ଏକ ନୋଟିସ ଜାରି କରିଛି। 30 ଏପ୍ରିଲରେ ପଚରାଉଚରା ପାଇଁ କନିକାଙ୍କୁ ଥାନାକୁ ଡକାଯାଇଛି। ଏହି ସମୟରେ ସେ ତାଙ୍କ ବୟାନ ମଧ୍ୟ ଫାଇଲ କରିବେ।

ସୂଚନାଥାଉ କି, କନିକା ନିଜ ଟ୍ରାଭେଲ ହିଷ୍ଟ୍ରି ଲୁଚେଇବା, ଅସାବଧାନତାରେ ରହିବା ଏବଂ କରୋନା ପଜିଟିଭ ହେବା ସତ୍ତ୍ୱେ ସାର୍ବଜନୀନ ସ୍ଥାନରେ ଲୋକଙ୍କ ସହ ମିଳାମିଶା କରିବା ଅଭିଯୋଗକୁ ନେଇ 30 ମାର୍ଚ୍ଚରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ନୋଟିସ ମିଳିବା ପରେ କନିକା କହିଛନ୍ତି, ସେ ଏହି କେସ ଏବଂ ତଦନ୍ତରେ ପୋଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିବେ।

ତେବେ ଏହା ପୂର୍ବରୁ କନିକା ଏକ ଲମ୍ବା ଟୁଇଟ କରିଥିଲେ। ତାଙ୍କ କହିବା ଅନୁସାରେ, ମୁମ୍ବାଇ ଏୟାରପୋର୍ଟରେ ତାଙ୍କର ସ୍କ୍ରିନିଂ ହୋଇଥିଲା ଏବଂ ସେ ସୁସ୍ଥ ଥିଲେ। ସେତେବେଳେ କ୍ୱାରେଣ୍ଟିନରେ ରହିବା ପାଇଁ କୌଣସି ଆଡଭାଇଜରୀ ନ ଥିଲା। ଏହାସହ ସେ କହିଥିଲେ ଯେ ‘ମୋତେ ଜଣା ଅଛି, ମୋ ବିଷୟରେ ଅନେକ କାହାଣୀ ଗଢ଼ାଯାଇଛି। ମୁଁ ଏ ପର୍ଯ୍ୟନ୍ତ ଚୁପ ଥିବାରୁ ଏହା ଆହୁରି ବଢ଼ିଗଲା। ମୁଁ ଚୁପ ରହୁଥିଲି, ଏହା ନୁହେଁ ଯେ ମୁଁ ଭୁଲ ଥିଲି, ବରଂ ମୋତେ ଜଣାଥିଲା କି, ଲୋକଙ୍କୁ ଭୁଲ ସୂଚନା ଦିଆଯାଇଛି। ବାସ ମୁଁ ଅପେକ୍ଷା କରିଥିଲି ଯେ ଲୋକେ ନିଜେ ସତକୁ ଜାଣନ୍ତୁ। ମୁଁ ଆଶା ଏବଂ ପ୍ରାର୍ଥନା କରୁଛି, ଆପଣମାନେ ସମସ୍ତେ ଏହି ସମୟରେ ସୁରକ୍ଷିତ ଥିବେ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.