ପୁଣି ପୁରସ୍କୃତ ହେଲା ଓଡ଼ିଶା, ଜାଗା ମିଶନ ଜରିଆରେ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପାଇଁ ମିଳିଲା ପୁରସ୍କାର

କେନ୍ୟୁଜ୍(ବ୍ୟୁରୋ): ପୁଣି ପୁରସ୍କୃତ ହେଲା ଓଡ଼ିଶା । ଏଥର ଜାଗା ମିଶନ ଜରିଆରେ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ସହ ବସତି ଉପଯୋଗୀ ପରିବେଶ ସୃଷ୍ଟି ପାଇଁ ମିଳିଲା ପୁରସ୍କାର। ଜାଗା ମିଶନ ପାଇଁ ଓଡ଼ିଶାକୁ ମିଳିଛି ଓ୍ଵାର୍ଲଡ ହାବିଟାଟ୍‌ ଆଓ୍ଵାର୍ଡା ଲକ୍ଷାଧିକ ବସ୍ତି ବାସିନ୍ଦାଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ପ୍ରତିଶ୍ରୁତିବଦ୍ଧ ଥିବା ଓଡ଼ିଶା ସରକାରଙ୍କୁ ଏହା ବିଶ୍ୱସ୍ତରୀୟ ସ୍ୱୀକୃତି।

ଓ୍ଵାର୍ଲଡ ହାବିଟାଟ୍‌ ଆଓ୍ଵାର୍ଡ ସାଧାରଣତଃ ସମାଜସେବୀ, ଏନ୍‌ଜିଓ ଏବଂ ପବ୍ଲିକ ଟ୍ରଷ୍ଟକୁ ପ୍ରଦାନ କରାଯାଏ। ପ୍ରଥମ ଥର ଭାରତରୁ ଗୋଟିଏ ରାଜ୍ୟକୁ ଏପରି ବିଶ୍ୱ ସ୍ତରୀୟ ଓ୍ଵାର୍ଲଡ ହାବିଟାଟ୍‌ ଆଓ୍ଵାର୍ଡ ମିଳିଛି । ୱାର୍ଲଡ ହାବିଟାଟ୍‌ର ମୁଖ୍ୟ କହିଛନ୍ତି, ଜାଗା ପ୍ରକଳ୍ପରେ କେବଳ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଦିଆଯାଉନାହିଁ ଏହା ବଡ଼ ଧରଣ ଭାବେ କାର୍ଯ୍ୟକାରୀ ହେଉଛି। ଏହି ଯୋଜନାରେ ଓଡ଼ିଶାର ଏକ ହଜାରରୁ ଅଧିକ ବସ୍ତିର ଲକ୍ଷାଧିକ ବସ୍ତିବାସିନ୍ଦା ଉପକୃତ ହେବେ। ଯେଉଁ ଭଳି ଭାବେ ଆଇନ ତିଆରି କରାଯାଇ ଦ୍ରୁତ ଗତିରେ ଯୋଜନା କାର୍ଯ୍ୟକାରୀ ହେଲା ତାକୁ ପ୍ରଂଶସା କରିଛନ୍ତି ପୁରସ୍କାରର ବିଚାରକ ମଣ୍ଡଳୀ। ଏହି ଯୋଜନାରେ ଟେକ୍‌ନିକାଲ ପାର୍ଟନର ଅଛି ରତନ ଟାଟାଙ୍କ ଟାଟା ଟ୍ରଷ୍ଟ। ଏହାସହ ନୋରମାନ ଫଷ୍ଟରଙ୍କ ନୋରମାନ ଫଷ୍ଟର ଫାଉଣ୍ଡେସନ ଏହି ପ୍ରକଳ୍ପକୁ ସମର୍ଥନ କରୁଛି। ଏହି ବୈପ୍ଲିବିକ ଚିନ୍ତାଧାରାର ମୁଖ୍ୟ ପୁରୋଧା ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ତ୍ତମାନ ଓଡ଼ିଶାକୁ ମିଳିଥିବା ପୁରସ୍କାରକୁ, ରାଜ୍ୟବାସୀଙ୍କ ଉର୍ଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.