Below header

ଡୋପ୍‌ ଟେଷ୍ଟରେ ଫେଲ୍‌ ରୁଷିଆ ଅଲିମ୍ପିକ୍ସ ଓ ଫିଫା ବିଶ୍ୱକପ୍‌ରୁ ବିଦା

ନୂଆଦିଲ୍ଲୀ : ରୁଷିଆକୁ ବଡ଼ ଝଟ୍‌କା । ଏହି ଦେଶ ଆଗାମୀ ୨୦୨୦ ଟୋକିଓ ଅଲିମ୍ପିକ୍ସ କିମ୍ବା ୨୦୨୨ ଫିଫା ବିଶ୍ୱକପ୍‌ରେ ଭାଗ ନେଇ ପାରିବ ନାହିଁ । ବିଶ୍ୱ ଆଣ୍ଟି ଡୋପିଂ ଏଜେନ୍‌ସୀ (ଓ୍ଵାଡା) ରୁଷିଆ ଉପରେ ଏହି କଟକଣା ଜାରି କରିଛି । ଓ୍ଵାଡାର ସୂଚନା ଅନୁଯାୟୀ, ରଉ୍େ‌ର ଆଥ୍‌ଲେଟ୍‌ମାନେ ନିୟମିତ ଭାବେ ନିଷିଦ୍ଧ ନିଶା ଔଷଧ ବା ଶକ୍ତି ବର୍ଦ୍ଧକ ଔଷଧ ସେବନ କରୁଛନ୍ତି । ତେବେ ଏହାର କର୍ମକର୍ତ୍ତାମାନେ ଅତି ଚତୁରତାର ସହିତ ଓ୍ଵାଡାକୁ ଠକି ଆସୁଥିଲେ । ଭଲ ଭାବେ ଯାଞ୍ଚ ପରେ ଏକଥା ଜଣାପଡ଼ିଛି । ଫଳରେ ରୁଷିଆକୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଛି । ରୁଷିଆ ଯେଭଳି ଭୟଙ୍କର ଅପରାଧ କରିଛି ଏହାକୁ ଦିଆଯାଇଥିବା ଦଣ୍ଡ ସେହି ଅନୁସାରେ ଯଥେଷ୍ଟ ନୁହେଁ ବୋଲି ଓ୍ଵାଡା ଅଧିକାରୀ କହିଛନ୍ତି ।

WADA-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.