୨୨ରେ ହେବ ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍‌, ସାଧାରଣ ଦର୍ଶକଙ୍କ ପାଇଁ ୧୯ରୁ ଖୋଲିବ କାଉଣ୍ଟର

କଟକ(କେନ୍ୟୁଜ୍): ୨୨ରେ ହେବ ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍‌ । ସାଧାରଣ ଦର୍ଶକଙ୍କ ପାଇଁ ୧୯ରୁ ଖୋଲିବ କାଉଣ୍ଟର । ସକାଳ ୯ଟାରୁ ଅପରାହ୍ନ ୫ଟା ଯାଏ କାଉଣ୍ଟରରେ ବିକ୍ରି ହେବ ଟିକଟ । ପୂର୍ବରୁ ୪ଟି କାଉଣ୍ଟରରେ ଟିକଟ ବିକ୍ରି ହେଉଥିବା ବେଳେ ଏଥର ଖୋଲିବ ୧୨ଟି କାଉଣ୍ଟର । ୧୦ ହଜାର ୫୦ଟି ଟିକଟ ବିକ୍ରି କରାଯିବ । ୩ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ପୂରା ଟିକଟ ଲାଗିବ । ସକାଳ ୭ଟା ପୂର୍ବରୁ ଟିକଟ ପାଇଁ ଧାଡି କରାଯିବାକୁ ଦିଆଯିବନାହିଁ । ୨୨ତାରିଖରେ ଦିନ ୨ଟା ୩୦ରେ ମ୍ୟାଚ ହେବ । ୯ଟା ୩୦ରେ ଗେଟ୍‌ ଖୋଲିବ । ଡିସେମ୍ବର ୧୬ ସୁଦ୍ଧା ସରିବ ଷ୍ଟାଡିୟମର ମରାମତି କାମ । ଟିମ୍‌ ଇଣ୍ଡିଆ ଅଭ୍ୟାସ ଦିନ ୨ଟା ଓ ୫ଟାରେ କରିବେ । ସେହିଭଳି ୱେଷ୍ଟଇଣ୍ଡିଜ୍ ସକାଳ ୯ଟା ଓ ଦିନ ୧୨ଟାରେ ଅଭ୍ୟାସ କରିବେ । ଷ୍ଟାଡିୟମ ଭିତର ଓ ବାହାର ରଙ୍ଗ କାମ ଶେଷ ହୋଇଥିବା କହିଛନ୍ତି ଓସିଏ ସମ୍ପାଦକ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.