ଆସିଲା ବୁଲେଟପ୍ରୁଫ ଓ ରେପପ୍ରୁଫ ଅଣ୍ଡରୱିଅର ଯେଉଁଥିରେ ରହିଛି ଲକ, ଜିପିଏସ ଏବଂ ଭିଡିଓ ରେକର୍ଡର ଭଳି ସୁବିଧା

ଆଜିକାଲି ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ ଘଟଣା ବିଷୟରେ ଶୁଣିବାକୁ ମିଳୁଛି ଯାହାକି ଅତ୍ୟନ୍ତ ଲଜ୍ଜ୍ୟାଜନକ ଅଟେ । ତେବେ ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ଜଣେ ଯୁବତୀ ଝିଅମାନଙ୍କ ପାଇଁ ଏକ ଏପରି ଅଣ୍ଡରୱିଅର ତିଆରି କରିଛନ୍ତି ଯାହାଦ୍ୱାରା ଦୁଷ୍କର୍ମକୁ ରୋକାଯାଇପାରିବ । ସିନୁ କୁମାରୀଙ୍କ ଦ୍ୱାରା ପ୍ରସ୍ତୁତ ଏହି ଅଣ୍ଡରୱିଅରରେ ରହିଛି ଏକ ଲକ, ଜିପିଏସ ଏବଂ ଭିଡିଓ ରେକର୍ଡର ।

 

Image result for 'rape proof' and 'bulletproof' underwear

ସୂଚନା ଅନୁଯାୟୀ ଉତ୍ତରପ୍ରଦେଶର ଫରୁଖାବାଦ ଅଂଚଳରେ ରହୁଥିବା ସିନୁ ଏକ ଭିନ୍ନ ପ୍ରକାର କାର୍ଯ୍ୟ କରି ଦେଖାଇଛନ୍ତି । ସେ ବଢୁଥିବା ଦୁଷ୍କର୍ମଜନିତ ଅପରାଧକୁ ରୋକିବା ପାଇଁ ଏକ ଅଣ୍ଡରୱିଅର ପ୍ରସ୍ତୁତ କରିଛନ୍ତି ଯାହାକି ରେପପ୍ରୁଫ ଅଟେ । ସିନୁଙ୍କ ପ୍ରସ୍ତୁତ ଏହି ଅଣ୍ଡରୱିଅର ବୁଲେଟପ୍ରୁଫ ଓ କଟପ୍ରୁଫ । ଏହି ଅଣ୍ଡରୱିଅରକୁ ନା କଟାଯାଇପାରିବ ନା ଗୁଳି ଦ୍ୱାରା ଫଟାଯାଇପାରିବ ।

 

Image result for 'rape proof' and 'bulletproof' underwear

ଏଥିରେ ଲାଗିଥିବା ଜିପିଏସ ମହିଳାଙ୍କ ପରିବାର ଲୋକଙ୍କୁ ତାର ଲୋକେସନ ପଠାଇବ । ଏହାସହିତ ଏଥିରେ ଲାଗିଥିବା ଭିଡିଓ ରେକର୍ଡର ଆକ୍ରମଣ କରୁଥିବା ଲୋକର ଚେହେରାକୁ ରେକର୍ଡ କରିପାରିବ । ସିନୁଙ୍କ କହିବା ଅନୁଯାୟୀ ଏହି ଅଣ୍ଡରୱିଅରରେ ଲାଗିଥିବା ଲକ ବିନା ପାସୱାର୍ଡ଼ରେ ଖୋଲିବ ନାହିଁ । ତେବେ ଏହି ଅଣ୍ଡରୱିଅରର ଦାମ ୪୩୦୦ ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.