ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପୁଣି ପରୀକ୍ଷା ବାତିଲ: ଲିକ୍‌ ହେଲା ୩ ଫିଜିକ୍ସ ଅନର୍ସ ପ୍ରଶ୍ନପତ୍ର

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପୁଣି ପ୍ରଶ୍ନପତ୍ର ଲିକ୍‌। ଏଥର +୩ ଫିଜିକ୍ସ ଅନର୍ସ ପ୍ରଶ୍ନପତ୍ର ଲିକ୍‌ । ପ୍ରଶ୍ନପତ୍ର ଲିକ୍‌ ଯୋଗୁ ବାତିଲ ହେଲା ପରୀକ୍ଷା । ପରୀକ୍ଷା ବାତିଲ ନେଇ କର୍ତ୍ତୃପକ୍ଷ ଦେଲେ ସୂଚନା । ଗତକାଲି ଏଜୁକେସନ ପ୍ରଶ୍ନପତ୍ର ଲିକ୍‌ ଯୋଗୁ ବାତିଲ ହୋଇଥିଲା ପରୀକ୍ଷା ।

କିପରି ପ୍ରଶ୍ନପତ୍ର ଲିକ୍‌ ହେଉଛି,ତାର ତୁରନ୍ତ ତଦନ୍ତ କରାଯିବ ବୋଲି କହିଛନ୍ତି ବିଶ୍ୱବିଦ୍ୟାଳୟ ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ଡାକ୍ତର ରବୀନ୍ଦ୍ର ପାଣିଗ୍ରାହୀ। ଯିଏ କରିଛି ତା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୁଇ ଦୁଇଟି ପ୍ରଶ୍ନପତ୍ର ପ୍ରଘଟ ପରେ 6TH ସେମିଷ୍ଟାର ପରୀକ୍ଷା ଆଉ ହେବ ନା ସବୁ ପରୀକ୍ଷା ବାତିଲ କରାଯାଇ ଆଉ ଥରେ ଅବଶିଷ୍ଟ ପରୀକ୍ଷା କରାଯିବ, ସେ ବିଷୟରେ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନେବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.