Below header

ଆଜି ହୋଇପାରେ ଅଗ୍ନି-୧ କ୍ଷେପଣାସ୍ତ୍ରର ପରୀକ୍ଷଣ

ଭଦ୍ରକ(କେନ୍ଯୁଜ୍) : ଆଜି ହୋଇପାରେ ଅଗ୍ନି-୧ କ୍ଷେପଣାସ୍ତ୍ରର ପରୀକ୍ଷଣ ସମ୍ଭାବନା । ଭୁପୃଷ୍ଟରୁ ଭୂପୃଷ୍ଟକୁ ନିକ୍ଷେପ କରାଯାଇପାରୁଥିବା ଅଗ୍ନି-୧ର ବ୍ୟବହାରିକ ପରୀକ୍ଷଣ ଧାମରା ଅବଦୁଲ କଲାମ ହ୍ଵିଲର ଦ୍ୱୀପର ୪ନମ୍ବର ଲଞ୍ଚ ପ୍ୟାଡରୁ କରାଯିବ। ପାଗ ଅନୁକୂଳ ରହିଲେ ରାତି ୭ଟାରୁ ୧୦ଟା ମଧ୍ୟରେ ଏହାର ଉତ୍‌କ୍ଷେପଣ ହେବ। ଏହାର ଲକ୍ଷ୍ୟଭେଦୀ କ୍ଷମତା ୭ଶହରୁ ୧୨୫୦କିଲୋମିଟର ରହିଥିବାବେଳେ ଲମ୍ବ ୧୫ମିଟର ଓ ବ୍ୟାସ ୧.୦ ମିଟର ଏବଂ ଓଜନ ୧୨ଟନ୍‌ ରହିଛି। ଅଗ୍ନି-୧ ୨ହଜାର କେଜି ପର‌୍ୟ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଅଗ୍ନି-୧ର ପ୍ରଥମ ପରୀକ୍ଷଣ ୧୯୮୯ ଚାନ୍ଦିପୁରରୁ କରାଯାଇଥିଲା। ଶେଷଥର ପାଇଁ ୨୦୧୩ ନଭେମ୍ବର ୯ରେ ହ୍ଵିଲର ଦ୍ୱୀପରୁ ସଫଳ ପରୀକ୍ଷଣ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.