ଟାଙ୍ଗୀ କୋଟସାହିରୁ ବିପୁଳ ପରିମାଣର ଚୋରା ମଦ ଜବତ

ଟାଙ୍ଗୀ(କେନ୍ଯୁଜ୍) : ଟାଙ୍ଗୀ କୋଟସାହିରୁ ବିପୁଳ ପରିମାଣରେ ଚୋରା ମଦ ଜବତ । କଟକ ଜିଲ୍ଲା ଟାଙ୍ଗୀ ଥାନା ସ୍ଥିତ କୋଟସାହି ପଞ୍ଚାୟତର ହାଡୁଆସାହି ସମେତ ବିଭିନ୍ନ ଅଞ୍ଚଳରୁ ବିପୁଳ ପରିମାଣରେ ବେଆଇନ ଚୋରାମଦ ଜବତ ହୋଇଛି । ଏହାସହ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

madaମଦ ବିକ୍ରିକୁ ବିରୋଧ କରି ଟାଙ୍ଗିରେ ଏସ.ଏସ୍‌ଜି ଗୃପର ମହିଳାମାନେ ଏହାକୁ ସଂପୂର୍ଣ୍ଣ ବନ୍ଦ କରିବା ଦାବିରେ ଚୋରାମଦ ବ୍ୟବସାୟୀଙ୍କ ଉପରେ ଚଢାଉ କରିଛନ୍ତି । ଆଜି ଏହି ସବୁ ଅଂଚଳରୁ ମହିଳାମାନେ ମଦ ଜବତ କରି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.