Below header

କାର କିମ୍ବା ବସରେ ଯାତ୍ରା କରିବା ସମୟରେ ବାନ୍ତି ଲାଗୁଛି କି ? ତେବେ ନିଶ୍ଚତ ପଢ଼ନ୍ତୁ ଏହି ଟିପ୍ସ

ବହୁତ ଲୋକଙ୍କୁ କାର କିମ୍ବା ବସରେ ବସିବା ସମୟରେ ମୁଣ୍ଡ ବ୍ୟଥା ଏବଂ ବାନ୍ତି ଭଳି ସମସ୍ୟା ହୋଇଥାଏ। ଯଦି ଆପଣଙ୍କ ସହିତ ଏପରି ହେଉଛି ତେବେ ଏହି ଉପାୟକୁ ଆପଣେଇ ଏହି ସମସ୍ୟାରୁ ରକ୍ଷା ପାଇପାରିବେ।

ଯଦି ଆପଣଙ୍କୁ କାରରେ ଯାତ୍ରା କରିବା ସମୟରେ ସମସ୍ୟା ଅଛି ତେବେ ସାମାନ୍ୟ ଏବଂ ଗଭୀର ନିଶ୍ବାସ ନେବା ଆବଶ୍ୟକ। ଏମିତି କରିବା ଦ୍ବାରା ଅସ୍ତବ୍ୟସ୍ତ ହେବାରୁ ରକ୍ଷା ମିଳିଥାଏ।

sicknessଯଦି କାରରେ ଯାତ୍ରା ସମୟରେ ସମସ୍ୟା ହେଉଛି ତେବେ ସାମ୍ନା ସିଟରେ ବସନ୍ତୁ। ଏହା ସହିତ ସାମ୍ନା ପଟକୁ ଦେଖନ୍ତୁ, ଏପଟ ସେପଟ କୁଆଡେ ଦେଖନ୍ତୁ ନାହିଁ।

ଏହା ସହ ପଢ଼ନ୍ତୁ : କଣ ଆପଣଙ୍କର ମଧ୍ୟ ଯାତ୍ରା କରିବା ସମୟରେ ବାନ୍ତି ହେଉଛି କି ? ତେବେ ଜାଣିରଖନ୍ତୁ ଏହାକୁ ରୋକିବାର ସହଜ ଏବଂ ସରଳ ଉପାୟ

ଏକ ସବୁଠାରୁ ସହଜ ଉପାୟ ରହିଛି ଯାହା ସିକନେସକୁ କମ୍ କରିଥାଏ ତାହା ହେଉଛି ପିପରାମିଣ୍ଟ। ପୋଦିନାର ତେଲକୁ ଗୋଟେ ରୁମାଲରେ କିଛି ବୁନ୍ଦା ପକାଇ ତାହାକୁ ଶୁଙ୍ଘନ୍ତୁ। ଏହା ଦ୍ବାରା ଆରାମ ମିଳିଥାଏ। ପୋଦିନାର ଚାହା ପିଇବା ଦ୍ବାରା ଆରାମ ମିଳିଥାଏ।

gingerଅଦାର ଗୋଲି, ଚକୋଲେଟ କିମ୍ବା ଅଦାର ଚା’ ମଧ୍ୟ ବହୁତ ଭଲ କାମ ଦେଇଥାଏ।

ଯାତ୍ରା କରିବା ସମୟରେ ପଢ଼ିବା କିମ୍ବା ଲେଖିବା ଠାରୁ ଦୂରେଇ ରୁହନ୍ତୁ। ସବୁଠୁ ଭଲ ଉପାୟ ହେଉଛି ଗୀତ ଶୁଣନ୍ତୁ।

ମୁଣ୍ଡକୁ ପଛ ଆଡକୁ ସିଟରେ ଆରାମ ମୁଦ୍ରା ଭଳି ବସନ୍ତୁ। ଗାଡିର ଝରକା ଖୋଲି ବସନ୍ତୁ ଯେପରି ପବନ ଆସୁଥିବ କାରଣ ପବନ ଲାଗିଲେ ଆପଣଙ୍କୁ ଆରାମ ଲାଗିବ। ଏହି ସବୁ ଉପାୟରେ ଯଦି ଆପଣଙ୍କୁ ଆରାମ ନଲାଗେ ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.