ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ପୁଣି ଆଶ୍ରିତ ପଟ୍ଟନାୟକ ହେଲେ ପ୍ରାର୍ଥୀ

କେନ୍ୟୁଜ୍(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ଆଶ୍ରିତ ପଟ୍ଟନାୟକ ହେଲେ ବିଜେପି ପ୍ରାର୍ଥୀ । ଆଜି ବିଧିବଦ୍ଧ ଭାବେ ପାର୍ଥୀ ତାଲିକା ଘୋଷଣା କରି ଆଶ୍ରିତ ପଟ୍ଟନାୟକଙ୍କ ନାଁରେ ମୋହର ମାରିଛନ୍ତି ବିଜେପିର ହାଇ କମାଣ୍ଡ।

ଗତ ୨୦୧୪ ନିର୍ବାଚ୍ଚନରେ ଆଶ୍ରିତ ପଟ୍ଟନାୟକ ମାତ୍ର ୧୮ ହଜାର ଭୋଟ ପାଇଥିଲେ ।  ପରେ ୨୦୧୯ରେ ୭୨ ହାଜର ୭୩୧ ଖଣ୍ଡ  ଭୋଟ  ପାଇଥିଲେ ଏବଂ ମାତ୍ର ୧୫ ହଜାର ୭୮୭ ଭୋଟ ବ୍ୟବଧାନରେ ପ୍ରଦୀପ ମହାରଥୀଙ୍କ ଠାରୁ ପରାଜୟ ବରଣ କରିଥିଲେ। ଏବେ ଏହି ନିର୍ବାଚନରେ ଆଶ୍ରିତଙ୍କ ଭୋଟ ହାର କେତେ ରହୁଛି ତାହା ଦେଖିବାକୁ  ବାକି ରହିଲା ସେପଟେ  ବିଜେଡି ମଧ୍ୟ ୨୦ରୁ ୨୫ ହଜାର ଭୋଟ ବ୍ୟବଧାନରେ ପିପିଲିରେ ବିଜୟ ଲାଭ କରିବ ବୋଲି ଆଶା ରଖିଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.