Below header

ଛତିଶଗଡ଼ରେ ଲାଲବାହିନୀର ଲଙ୍କାକାଣ୍ଡ, ୧୭ଟି ଗାଡିକୁ ଜାଳିଦେଲେ ମାଓବାଦୀ

ମାଲକାନଗିରି(କେନ୍ୟୁଜ୍):  ଛତିଶଗଡ଼ରେ ଲାଲବାହିନୀର ଲଙ୍କାକାଣ୍ଡ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କୋଣ୍ଡାଗାଓଁ ଜିଲ୍ଲା କୁଏମାରି ନିକଟରେ ସଡ଼କ ନିର୍ମାଣରେ ନିୟଜିତ ୧୭ଟି ଗାଡିକୁ ମାଓବାଦୀ ଜାଳିଦେଇଛନ୍ତି । ରାସ୍ତା କାମକୁ ବିରୋଧ କରି ଘଟଣା ସ୍ଥଳରେ ୨୦ରୁ ୩୦ ସଶସ୍ତ୍ର ମାଓବାଦୀ ପହଁଞ୍ଚି ଏଭଳି କାଣ୍ଡ ଘଟାଇଛନ୍ତି । ରାସ୍ତା କାମରେ ନିୟଜିତ କର୍ମଚାରୀଙ୍କୁ ମଧ୍ୟ ନିର୍ଧୁମ ମାଡ଼ ମାରିଛନ୍ତି । ୨ଟି ପୋକ୍ଲିନ, ୬ ହଇୱା, ୭ଟି ଟ୍ରାକ୍ଟର, ଗୋଟିଏ ଟିପ୍ପର ଏବଂ ଗୋଟିଏ ଭାଇବ୍ରେଟମେସିନକୁ ଜାଳିଦେଇଛନ୍ତି ।

ପୂର୍ବରୁ ରାସ୍ତା କାମ ବନ୍ଦ କରିବାକୁ ଠିକାଦାରଙ୍କୁ ଧମକ ଦେଇଥିବା ବେଳେ ପୋଲିସ ସୁରକ୍ଷାରେ କାମ ଚାଲିଥିଲା । ତେଣୁ ମାଓବାଦୀ ଏଭଳି ହିଂସାକାଣ୍ଡ ଘଟାଇଛନ୍ତି । ପୁଣି କାମ ହେଲେ ଠିକାଦାରକୁ ମାରିଦେବାକୁ ଧମକ ଦେଇଛନ୍ତି ମାଓବାଦୀ । କୁଏମାରି ଏରିଆ କମ୍ମିଟି ମାଓ ସଙ୍ଗଠନ ପକ୍ଷରୁ ଏହି ଲଙ୍କାକାଣ୍ଡ ଘଟାଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.