ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହେଲା GPS ଟ୍ରାକିଙ୍ଗ ମାଧ୍ୟମରେ ଚିଲିକାରୁ ଘେରୀ ଉଚ୍ଛେଦ

ଟାଙ୍ଗୀ(କେନ୍ୟୁଜ୍):  ଚିଲିକାକୁ ଘେରି ମୁକ୍ତ କରିବା ପାଇଁ ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ବେଆଇନ ଘେରୀ ଉଚ୍ଛେଦ ପ୍ରକ୍ରିୟା । ଚିଲିକା ବ୍ଲକ ହାଟବରଡି ଗ୍ରାମ ଜେଟି ଠାରୁ ଆରମ୍ଭ ହୋଇଛି ବେଆଇନ ଚିଙ୍ଗୁଡ଼ି ଘେରି । GPS ଟ୍ରାକିଙ୍ଗ ମାଧ୍ୟମରେ ଚାଲିଛି ଉଛେଦ ପ୍ରକ୍ରିୟା। ଚିଙ୍ଗୁଡ଼ି ଘେରି ଯୋଗୁଁ ଚିଲିକାର ସୌନ୍ଦର୍ଯ୍ୟ ଓ ଗାରିମା ନଷ୍ଟ କରୁଛନ୍ତି ଚିଙ୍ଗୁଡ଼ି ମାଫିଆମାନେ । ରାତାରାତି ଚିଲିକା ହ୍ରଦ ମଧ୍ୟରେ ଏକର ଏକର ଜାଗାରେ ଜାଲ ବିଛାଇ ଘେରି ସୃଷ୍ଟି କରୁଛନ୍ତି । ଯାହା ବେଆଇନ ଅଟେ। ବାରମ୍ବାର ଏହି ଉଛେଦ ପ୍ରକ୍ରିୟା  ହୋଇଥିଲେ ମଧ୍ୟ ଚିଙ୍ଗୁଡ଼ି ମାଫିଆ ମାନଙ୍କର ଲୋଲୁପ ଦୃଷ୍ଟରୁ ବାଦ ପଡୁନି ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଚାଷ ।

chilika 2

ବର୍ତ୍ତମାନ ଘେରି ଉଛେଦ ପାଇଁ ଜିଲ୍ଲା ପ୍ରଶାସନ ଏକ ଟିମ୍ କରି ଉଛେଦ ପ୍ରକ୍ରିୟା ଆରମ୍ଭ  କରିଛି।  ଖୋର୍ଦ୍ଧା  ଉପଜିଲ୍ଲାପାଳ ଅଶୋକ ବେହୁରିଆ, ଚିଲିକା ତହସିଲଦାର ପୂନମ ମହାପାତ୍ର, ଏସଡିପିଓ ବାଲୁଗାଁ ମାନସ ରଞ୍ଜନ ବାରିକ , ଟାଙ୍ଗି ଥାନା ଆଇ ଆଇ ସି ସରୋଜ କୁମାର ଉପାଧ୍ୟାୟଙ୍କ ଉପସ୍ଥିତରେ ଚିଲିକା ମଧ୍ୟରୁ ଘେରି ଉଛେଦ ଆରମ୍ଭ ହୋଇଛି ।ଆଜି  ପ୍ରଥମ ପର୍ଯ୍ୟାୟରେ ମୋଟ ୧୭ ଏକର ବେଆଇନ ଘେରୀ  ହାଟ ବରଡି ଓ ନିମିନା ଅଞ୍ଚଳରୁ ଉଚ୍ଛେଦ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.