Below header

ଖୋର୍ଦ୍ଧା: ମହିଳାଙ୍କ ଅଭିନବ ପ୍ରୟାସରେ ବେଗୁନିଆ ବ୍ଲକ କଣ୍ଟାବାଡ ଗାଁ ହେଲା ସମ୍ପୁର୍ଣ୍ଣ ମଦମୁକ୍ତ

ଖୋର୍ଦ୍ଧା(କେନ୍ୟୁଜ୍): ମଦ୍ୟପଙ୍କୁ ସାବାଡ କରିବାକୁ ମହିଳାଙ୍କ ଅଭିନବ ପ୍ରୟାସ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କଣ୍ଟାବାଡି ଗାଁକୁ ଏବେ ସମ୍ପୁର୍ଣ୍ଣ ଭାବେ ମଦମୁକ୍ତ କରିପାରିଛନ୍ତି ସ୍ଥାନୀୟ ମହିଳାମାନେ । ମଦ ବିକ୍ରି କରୁଥିବା ବ୍ୟକ୍ତି ଓ ମଦ ପିଉଥିବା ବ୍ୟକ୍ତିଙ୍କୁ ବିରୋଧ କରିବା ସହ ଗାଁରୁ ବାହାରକୁ ବାହାର କରି ଦିଆଯାଉଛି । ଏଭଳି ପଦକ୍ଷେପକୁ ନେଇ ସ୍ଥାନୀୟ ମହିଳା ମାନେ ଏବେ ବେଶ ପ୍ରଶଂସିତ । ହାତରେ ଲାଠି ଓ ମନରେ ଦୃଢ ସାହାସ । ସଂଧ୍ୟା ହେଲେ ଗୋଟିଏ ହାତରେ ଠେଙ୍ଗା ଓ ଆଉ ଗୋଟିଏ ହାତରେ ଟର୍ଚ୍ଚ ଲାଇଟ ଧରି ବାହାରକୁ ବାହାରୁଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କଣ୍ଟାବାଡ ଗାଁର ଶତାଧିକ ମହିଳା । ସାହିର ଗଳିକନ୍ଦି, ଦୋକାନ ବଜାର ଓ ଛକ ସ୍ଥାନ ଗୁଡିକରେ ବୁଲି ଅସାମାଜିକ ଲୋକଙ୍କୁ ସାବାଡ କରୁଛନ୍ତି । ଯାହା ଫଳରେ ସ୍ଥାନୀୟ ଅଞ୍ଚଳ ଏବେ ସମ୍ପୁର୍ଣ୍ଣ ଭାବେ ମଦମୁକ୍ତ ଅଞ୍ଚଳ ହୋଇପାରିଛି । ଦିନକୁ ଦିନ ଗାଁରେ ମଦ୍ୟପଙ୍କ ପ୍ରାଦୁର୍ଭାବ ବଢିଚାଲିଥିଲା । ସଂଧ୍ୟା ହେଲେ ରାସ୍ତାରେ ଯାତାୟତ କରିବା କଷ୍ଟକର ହୋଇ ପଡୁଥିଲା । ଏନେଇ ବାରମ୍ବାର ପୋଲିସ ପ୍ରଶାସନ ଓ ଅବକାରୀ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଛି । ହେଲେ କୌଣସି କାର‌୍ୟ୍ୟାନୁଷ୍ଠାନ ନିଆଯାଉନଥିଲା । ତେଣୁ ବାଧ୍ୟ ହୋଇ ଗାଁର ସମସ୍ତ ମହିଳା ଏକାଠି ହୋଇ ଏଭଳି ଏକ ନିଆରା ଉଦ୍ୟମ ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.