ଏଠି ଭୋଳାନାଥଙ୍କ ଠାରେ ଲାଗି ହେଉଛି ସିଗାରେଟ୍‌ ପ୍ରସାଦ, ଆପେ ଆପେ ଜଳୁଛି !

ଭଗବାନ ଶିବଙ୍କୁ କୁହାଯାଏ ଭୋଳାନାଥ। ସେ ଶୀଘ୍ର ଭକ୍ତଙ୍କ ମନୋବାଂଛା ପୂରଣ କରୁଥିବାରୁ ତାଙ୍କର ଅନ୍ୟ ନାମ ହେଉଛି ଆଶୁତୋଷ । ଭଗବାନ ଶଙ୍କରଙ୍କୁ ଯେକେହି ଭକ୍ତ ଭକ୍ତିର ସହ କିଛି ଅର୍ପଣ କଲା ମାତ୍ରେ ସେ ସେହି ଜିନିଷ ସ୍ୱୀକାର କରିଥାନ୍ତି। କିନ୍ତୁ ଭାରତରେ ଏଭଳି ଏକ ସ୍ଥାନ ରହିଛି ଯେଉଁଠାରେ ଭୋଳା ଶଙ୍କରଙ୍କୁ ସିଗାରେଟ ଅର୍ପଣ କରାଯାଇଥାଏ। ଆଜ୍ଞା ହଁ, ଏକଥା ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ହିମାଚଳ ପ୍ରଦେଶର ଅର୍କି ସୋଲନ ଜିଲ୍ଲାରେ ଅବସ୍ଥିତ ଲୁଟରୁ ମହାଦେବ ମନ୍ଦିରରେ ଭକ୍ତମାନେ ଭଗବାନଙ୍କୁ ସିଗାରେଟ ଅର୍ପଣ କରିଥାନ୍ତି। ଏପରି କରିବା ଦ୍ବାରା ମନସ୍କାମନା ପୂରଣ ହୋଇଥାଏ ବୋଲି ଭକ୍ତମାନେ ବିଶ୍ୱାସ କରନ୍ତି।
ଲୋକକଥା ଅନୁସାରେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ସିଗାରେଟ୍‌ ଆପେ ଆପେ ଜଳି ସେଥିରୁ ଧୂଆଁ ବାହାରି ଥାଏ। ଯେପରି କେହି ବାସ୍ତବରେ ଧୂପପାନ କଲା ଭଳି ଲାଗିଥାଏ। SIVA SMOKING-2ଏହି ମନ୍ଦିର ୧୬୨୧ ମସିହାରେ ନିର୍ମାଣ କରାଯାଇଥିଲା। ଉଲ୍ଲେଖ ରହିଛି, ସେଠାକାର ରାଜା ବଙ୍ଗଳା ପ୍ରାପ୍ତ ହେବାର ସ୍ବପ୍ନ ଦେଖିବା ପରେ ଶିବ ମନ୍ଦିର ନିର୍ମାଣ କରିଥିଲେ। ଏହି ମନ୍ଦିରର ପ୍ରାକୃତିକ ଦୃଶ୍ୟ ଅଭୂତପୂର୍ଣ୍ଣ। ଏହା ବ୍ୟତୀତ ଭଗବାନ ଶିବ ଏଠାରେ ଅନେକ ସମୟ ବିତାଇଥିବାର ମଧ୍ୟ ଉଲ୍ଲେଖ ରହିଛି।

ଦିଲ୍ଲୀର ଭୈରବ ମନ୍ଦିର, ଯେଉଁଠି ପ୍ରସାଦ ହେଉଛି ମଦ

ପ୍ରାଚୀ ଭୈରବ ମନ୍ଦିର ଦିଲ୍ଳୀର ସବୁଠାରୁ ପ୍ରାଚୀନ ଏବଂ ପ୍ରସିଦ୍ଧ ମନ୍ଦିର। ଭୈରବଙ୍କ ନାମରେ ପରିଚିତ ଦେବତା ଭଗବାନ ଶିବଙ୍କର ଏକ ଅଂଶ। ପୂଜା କରିବା ପାଇଁ ପ୍ରତ୍ୟେକ ଦିନ ଏହି ମନ୍ଦିରରେ ଭକ୍ତଙ୍କ ଭିଡ ଲାଗି ରହିଥାଏ। କିନ୍ତୁ ଏହି ମନ୍ଦିରର ସ୍ବତନ୍ତ୍ର ପରମ୍ପରା ରହିଛି। ଏଠାରେ ଭଗବାନଙ୍କର ପ୍ରିୟ ପ୍ରସାଦ ହେଉଛି ମଦ। ଦେଶ ବିଦେଶରୁ ଅନେକ ଭକ୍ତ ମଧ୍ୟ ଭଗବାନଙ୍କୁ ମଦ ଅର୍ପଣ କରିଥାନ୍ତି। ଅର୍ପଣ କରିବା ପରେ ଆପଣ ଏହାକୁ ପୁଣି ନେଇ ଯାଇ ପାରିବେ କିମ୍ବା ସେଠାରେ ଛାଡି ଯାଇ ପାରିବେ। ଐତିହାସିକ ତଥ୍ୟ ଅନୁଯାୟୀ ଭୈରବ ବାବା ଜଣେ ରାକ୍ଷସ ଥିଲେ, ଯାହାଙ୍କୁ ଦେବୀ ଦୁର୍ଗା ବିନାଶ କରିଥିଲେ। କିନ୍ତୁ ସ୍ବଭାବ ଭଲ ଥିବାରୁ ଅନ୍ତିମ ସମୟରେ ଦେବୀ ଦୁର୍ଗାଙ୍କ ଦ୍ବାରା ତାଙ୍କର ସମସ୍ତ ପାପକୁ ମୁକ୍ତ କରାଯାଇଥିଲା। ବାବା ଭୈରବଙ୍କୁ ମଦ ପାନ କରିବାରେ ଖୁବ୍ ସୌକିନ୍ ଥିଲେ। ଏହି କାରଣରୁ ଆଜି ମଧ୍ୟ ଅଧିକାଂଶ ଲୋକମାନେ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ମଦ ଅର୍ପଣ କରିଥାନ୍ତି। ତେବେ ଏଠାରେ ଭଗବାନଙ୍କୁ ପ୍ରସାଦ ଲାଗି କରାଯିବା ସମୟରେ ଭକ୍ତମାନଙ୍କୁ ନଦେଖାଯିବା ପାଇଁ ପରଦା ଘୋଡାଇ ଲାଗି କରାଯାଇଥାଏ। କେବେ କେବେ ମଧ୍ୟ ଭକ୍ତମାନେ ଏଠାର ମୁଖ୍ୟ ଦେବତାଙ୍କୁ ଆମିଷ ଅର୍ପଣ କରିଥାନ୍ତି। ପ୍ରତ୍ୟେକ ରବିବାର ଦିନ ଏଠାରେ ଅଧିକ ଭିଡ଼ ଦେଖିବାକୁ ମିଳିଥାଏ ।

WHISKY-1ସେହିଭଳି ଉଜ୍ଜୟିନୀରେ ଅବସ୍ଥିତ କାଳ ଭୈରବ ମନ୍ଦିରରେ ମଧ୍ୟ ଭଗବାନଙ୍କୁ ମଦ ଅର୍ପଣ କରାଯାଇଥାଏ। ଏହା ବ୍ୟତୀତ ଅହମ୍ମଦାବାଦରେ ଅବସ୍ଥିତ ଅନ୍ୟ ମନ୍ଦିରମାନଙ୍କରେ ଏହି ପରମ୍ପରା ପାଳନ କରାଯାଇଥାଏ। ଉଜ୍ଜୟିନୀରେ ଅବସ୍ଥିତ ଭୈରବ ମନ୍ଦିରରେ ଭଗବାନଙ୍କୁ ମଦ ଅର୍ପଣ କରିବା ପରେ ଭକ୍ତମାନଙ୍କୁ ତିନି ବୋତଲ ମଦ ପ୍ରସାଦ ଆକାରରେ ଦିଆଯାଇଥାଏ।

WHISKY-2ସେହିଭଳି ଅହମ୍ମଦାବାଦରେ ଥିବା ଭୈରବ ମନ୍ଦିରକୁ ଭକ୍ତମାନେ ପ୍ରତ୍ୟେକ ରବିବାର ଦିନ ମଦ ବୋତଲ ନେଇ ଯାଇଥାନ୍ତି। ସେଠାରେ ସନ୍ଧ୍ୟା ୭.୩୦ରେ ପୂଜା ସରିବା ପରେ ନଡ଼ିଆ ଭୋଗ ଲାଗିଥାଏ। ତାପରେ ସେଠାକାର କନିଷ୍ଠ ପୂଜାରୀ ଅପେକ୍ଷା କରି ରହିଥିବା ଭକ୍ତମାନଙ୍କଠାରୁ ମଦ ବୋତଲ ନେଇ ମୁଖ୍ୟ ପୂଜାରୀଙ୍କୁ ଦେଇଥାନ୍ତି। ଏହାପରେ ପୂଜାରୀ ସେହି ମଦକୁ ଭଗବାନଙ୍କ ପ୍ରତିମା ଉପରେ ଅର୍ପଣ କରିଥାନ୍ତି।
ଗୁଜରାଟ ଭଳି ରାଜ୍ୟରେ ମଦ୍ୟପାନ ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ସେଠାକାର କେତେକ ମନ୍ଦିରରେ ଏହାକୁ ପ୍ରସାଦ ରୂପେ ଭଗବାନଙ୍କୁ ଅର୍ପଣ କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.