Below header

କେନ୍ଦ୍ର ଓ ରାଜ୍ୟ ଏକାଠି ହେଲେ ଦେଶର ହେବ ଆର୍ଥିକ ବିକାଶ : ନିର୍ମଳା ସୀତାରମଣ

ନୂଆଦିଲ୍ଲୀ(କେନ୍ୟୁଜ୍): ଦେଶର ଆର୍ଥିକ ବିକାଶରେ ରାଜ୍ୟମାନଙ୍କର ଭୂମିକା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଦେଶର ଆର୍ଥିକ ବିକାଶ ଲାଗି କେନ୍ଦ୍ର ସରକାର ଯେଉଁ ଟାର୍ଗେଟ କରିଥାନ୍ତି, ତାହାକୁ ପୂରଣ କରିବା ପାଇଁ ରାଜ୍ୟଗୁଡିକର ସହଯୋଗ ଦରକାର। ଉଭୟ କେନ୍ଦ୍ର ଓ ରାଜ୍ୟ ଏକାଠି ହୋଇ କାର୍ଯ୍ୟ କଲେ ହିଁ ଆର୍ଥିକ ବିକାଶର ଟାର୍ଗେଟ ପୂରଣ ହୋଇପାରିବ। ନୂଆ ଦିଲ୍ଲୀରେ ଅନୁଷ୍ଠିତ ୩୫ ତମ ଜିଏସ୍‌ଟି ସମ୍ମିଳନୀ ପରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏଭଳି ମନ୍ତବ୍ୟ ଦେଇଛନ୍ତି। ଏହି ବୈଠକରେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟର ଅର୍ଥମନ୍ତ୍ରୀମାନେ ଯୋଗ ଦେଇ ଜିଏସ୍‌ଟି ସଂପର୍କରେ ଆଲୋଚନା କରିଥିଲେ। ଏଥିରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ମଧ୍ୟ ଜଣାପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.