Below header

ଇହଧାମ ତ୍ୟାଗ କଲେ ବ୍ରହ୍ମ ଅବଧୂତ ବକଳଧାରୀ ବାବା ଧନୁର୍ଜୟ ଦାସ

କୋରାପୁଟ ଜିଲ୍ଲାର କୋଟପାଡ଼ ଅଞ୍ଚଳରେ ବାବା ଜନ୍ମ ଗ୍ରହଣ କରିଥିବା ବେଳେ ପୋଡ଼ାଗଡ ପୀଠ ଥିଲା ତାଙ୍କର କର୍ମସ୍ଥଳୀ। ବାବା ନିଜ କର୍ମ ଜୀବନ ଭିତରେ ଅନେକ ଗୁଡ଼ିଏ ଅଧ୍ୟାତ୍ମିକ ଓ ସାମାଜିକ କାମ କରିଛନ୍ତି।

ଉମରକୋଟ (କେନ୍ୟୁଜ୍‌) : ବ୍ରହ୍ମ ଅବଧୂତ ବକଳଧାରୀ ବାବା ଧନୁର୍ଜୟ ଦାସଙ୍କର ପରଲୋକ ହୋଇ ଯାଇଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଐତିହାସିକ ପୋଡ଼ାଗଡ ପୀଠରେ ଥିବା ମହିମା ଅଲେଖ ଆଶ୍ରମରେ ତାଙ୍କର ଦେହାନ୍ତ ହୋଇଛି । ୯୦ ବର୍ଷ ବୟସରେ ପୋଡାଗଡ ପୀଠରେ ବାବା ଇହଧାମ ତ୍ୟାଗ କରିଛନ୍ତି। ଅନେକ ଦିନ ହେବ ବାବା ଅସୁସ୍ଥ ଥିଲେ। ଦୀର୍ଘ ୫୦ ବର୍ଷ ହେବ ଅଲେଖ ମହିମା ଧର୍ମ ଗ୍ରହଣ କରି ଅନେକ ଶିଷ୍ୟଙ୍କୁ ଦୀକ୍ଷିତ କରାଇଥିଲେ ବାବା ଧନୁର୍ଜୟ ଦାସ।

କୋରାପୁଟ ଜିଲ୍ଲାର କୋଟପାଡ଼ ଅଞ୍ଚଳରେ ବାବା ଜନ୍ମ ଗ୍ରହଣ କରିଥିବା ବେଳେ ପୋଡ଼ାଗଡ ପୀଠ ଥିଲା ତାଙ୍କର କର୍ମସ୍ଥଳୀ। ବାବା ନିଜ କର୍ମ ଜୀବନ ଭିତରେ ଅନେକ ଗୁଡ଼ିଏ ଅଧ୍ୟାତ୍ମିକ ଓ ସାମାଜିକ କାମ କରିଛନ୍ତି। ସେଥିମଧ୍ୟରୁ ଧୋଡ୍ରା ଠାରେ ଥିବା ଅଲେଖ ମହିମା ମହାବିଦ୍ୟାଳୟ, ରାଇଘର କଚରାପାରା ଠାରେ ଥିବା ଅଲେଖ ମହିମା ହାଇସ୍କୁଲ, ମନ୍ଦିର ନିର୍ମାଣ କରିଥିଲେ । ଢାମଣାଗୁଡା ଠାରେ ହସ୍ପିଟାଲ ତିଆରି କରିବା ପାଇଁ ଜାଗା ଚିହ୍ନଟ କରିଥିଲେ । ସେ ଧର୍ମସଂସ୍କାରକ ଓ ଧର୍ମ ପ୍ରଚାରକ ଭାବେ କାର୍ଯ୍ୟ କରିଥିଲେ । ବାବାଙ୍କ ଦେହାନ୍ତରେ ତାଙ୍କର ଶିଷ୍ୟମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି। ଓଡିଶା ଓ ପଡୋଶୀ ଛତିଶଗଡ଼ରୁ ବହୁ ସାଧୁସନ୍ଥ, ଶିଷ୍ୟ, ଅଲେଖ ଧର୍ମାବଲମ୍ବୀ ଆଶ୍ରମ ଆସି ବାବାଙ୍କ ଶେଷ ଦର୍ଶନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.