ଭାରତର ଆରବପତି ଛାଡୁଛନ୍ତି ନିଜର ଦେଶର ନାଗରିକତା, ଜାଣନ୍ତୁ, କେଉଁ ଦେଶରେ ରହୁଛନ୍ତି ଏହି ଧନୀ ଲୋକ

ବିଦେଶ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ, କେବଳ ୨୦୨୨ ମସିହାରେ ୨ ଲକ୍ଷ ୨୫ ହଜାର ଭାରତୀୟ ନିଜ ଦେଶର ନାଗରିକତା ଛାଡି ଅନ୍ୟ ଦେଶକୁ ଯାଇଛନ୍ତି । ୨୦୧୧ ରୁ ୨୦୨୨ ପର୍ଯ୍ୟନ୍ତ ଭାରତୀୟ ନାଗରିକତା ଛାଡିବାର ଏହା ସବୁଠୁ ଅଧିକ ମାମଲା ।

ନୂଆଦିଲ୍ଲୀ : ବିଦେଶ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ, କେବଳ ୨୦୨୨ ମସିହାରେ ୨ ଲକ୍ଷ ୨୫ ହଜାର ଭାରତୀୟ ନିଜ ଦେଶର ନାଗରିକତା ଛାଡି ଅନ୍ୟ ଦେଶକୁ ଯାଇଛନ୍ତି । ୨୦୧୧ ରୁ ୨୦୨୨ ପର୍ଯ୍ୟନ୍ତ ଭାରତୀୟ ନାଗରିକତା ଛାଡିବାର ଏହା ସବୁଠୁ ଅଧିକ ମାମଲା ।

ଭାରତର ଅଧିକାଂଶ ଧନୀକ ଲୋକ ଦେଶ ଛାଡି ଅନ୍ୟ ଦେଶରେ ସ୍ଥାୟୀ ଭାବେ ବସବାସ କରୁଛନ୍ତି । ଭାରତର ନାଗରିକତା ଛାଡୁଥିବା ଏହି ଧନୀ ଲୋକଙ୍କୁ ଏଚଏନଆଇ(HNI) ବା ଡଲାର ମିଲେନିୟର୍ସ କୁହାଯାଏ । ପ୍ରଶ୍ନ ଉଠେ ଏହି ଏଚଏନଆଇ ର ଅର୍ଥ କ’ଣ ? ଏହାର ଅର୍ଥ ହେଉଛି ‘ହାଇ ନେଟ ଓ୍ଵର୍ଥ ଇଣ୍ଡିଭିଡୁଆଲ’ ।

ଏହି ଏଚଏନଆଇ ହେବା ପାଇଁ କେତେ ସମ୍ପତ୍ତି ଦରକାର ହୋଇଥାଏ । ଏହି ଲୋକମାନେ ଭାରତୀୟ ନାଗରିକତା କେଉଁ କାରଣରୁ ଛାଡୁଛନ୍ତି ।ବିଦେଶ ମନ୍ତ୍ରଣାଳୟ ଅନୁଯାୟୀ, ୨୦୨୨ରେ ୨ ଲକ୍ଷ ୨୫ ହଜାର ଭାରତୀୟ ଦେଶର ନାଗରିକତା ଛାଡିଛନ୍ତି । ଏହି ଡାଟା ସଂସଦରେ ୯ ଫେବ୍ରୁଆରୀରେ ରଖାଯାଇଛି ।

ଭାରତ ଛାଡିବାର ଏହା ପ୍ରମୁଖ କାରଣ –

ମିଡିଆ ରିପୋର୍ଟ ଅନୁଯାୟୀ, ଯେଉଁ କାରଣ ପାଇଁ ଭାରତୀୟ ଦେଶ ଛାଡୁଛନ୍ତି, ତା’ର ପ୍ରମୁଖ କାରଣ ମଧ୍ୟରେ ଭଲ ଚାକିରି ସୁଯୋଗ, ହେଲ୍‌ଥ କେୟାର,ଭଲ ଶିକ୍ଷା, ଅଧିକ ସ୍ୱଚ୍ଛନ୍ଦ ଜୀବନ ଜିଇଁବାର ଇଚ୍ଛା ସାମିଲ । ଯେଉଁ କାରଣରୁ ଲୋକେ ଦେଶ ଛାଡୁଛନ୍ତି । ଗୋଟିଏ କେସ ଷ୍ଟଡରେ ଏକ ପରିବାର କହିଛନ୍ତି, ୨୦୧୯ରେ କାନଡା ଯାଇଥିଲୁ, ୨୦୨୨ ରେ ଆମକୁ ସ୍ଥାୟୀ ବାସିନ୍ଦା ମିଳିଯାଇଛି ।

ଏହା ପଛର କାରଣ ଉକ୍ତ ପରିବାର କହିଛନ୍ତି ଯେ ଏଠାରେ ବାରମ୍ବାର ତାଙ୍କ ପିଲାଙ୍କ ସ୍କୁଲ ବଦଳାଇବାକୁ ପଡୁଥିଲା । ଏହାଛଡା ଦିଲ୍ଲୀର ବାୟୁ ପ୍ରଦୂଷଣ ଯୋଗୁ ତାଙ୍କ ପିଲାଙ୍କର ଶ୍ୱାସ ବାହାରି ଥିଲା । ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲା । ହେଲେ ଏବେ ତା’ର ସେ ଅସୁବିଧା ନାହିଁ ।

ଭାରତରେ HNI ର ପରିଭାଷା କ’ଣ –

ଭାରତରେ ଯେଉଁ ବ୍ୟକ୍ତିଙ୍କର ସମ୍ପତ୍ତି ୮.୨ କୋଟି ଟଙ୍କା । ହେନଲି ଗ୍ଲୋବାଲ ସିଟିଜେନ ରିପୋର୍ଟ ଅନୁସାରେ ଭାରତରେ ଏହି ଗ୍ରୁପର ପାଖାପାଖି ୩ ଲକ୍ଷ ୪୭ ହଜାର ଲୋକ ଅଛନ୍ତି । ଏହି ତଥ୍ୟ ୨୦୨୧ ପର୍ଯ୍ୟନ୍ତ ଅଟେ । ଏହି ୩ ଲକ୍ଷ ୪୭ ହଜାର ଲୋକ ଭାରତର ପ୍ରମୁଖ ୯ ଟି ସହରରେ ରହିଛନ୍ତି । ଏହି ସହର ମଧ୍ୟରେ ଦିଲ୍ଲୀ, ମୁମ୍ବାଇ, କୋଲକାତା, ପୁନେ, ଚେନ୍ନାଇ,ବେଙ୍ଗାଲୁର,ହାଇଦ୍ରାବାଦ,ଗୁଡଗାଓଁ ଓ ହାଇଦ୍ରାବାଦ ସାମିଲ ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.