Below header

ଭୁବନେଶ୍ୱର : ଭାରତୀୟ ଖଣି ଇଂଜିନିୟର ସଂଘ ପକ୍ଷରୁ ସର୍ବଭାରତୀୟ ପରିଷଦ ବୈଠକ 

ଭୁବନେଶ୍ୱର: ଭାରତୀୟ ଖଣି ଇଞ୍ଜିନିୟର ସଂଘ (ଏମ୍ଇଏଆଇ) ପକ୍ଷରୁ ୨୦୨୨ ଏପ୍ରିଲ୍ ୨୩ ଓ ୨୪ ତାରିଖରେ ଭୁବନେଶ୍ୱରଠାରେ ତୃତୀୟ ସର୍ବଭାରତୀୟ ପରିଷଦ ବୈଠକ ଆୟୋଜନ କରାଯାଇଛି । ବୈଠକ ପରେ ‘ଖଣି ଓ ଖଣିଜ ବେନିଫିକେସନରେ ପ୍ରଯୁକ୍ତି ଓ ଡିଜିଟାଲ୍ରେ ଉନ୍ନତି’ ଶୀର୍ଷକ ଏକ ଜାତୀୟ ସେମିନାର ଆୟୋଜନ କରାଯାଇଥିଲା ଯେଉଁଥିରେ ସରକାର ଓ ଶିଳ୍ପ ଅଂଶୀଦାରମାନଙ୍କ ତରଫରୁ ଖଣି ଓ ଖଣିଜ ପ୍ରକ୍ରିୟାକରଣରେ ନିକଟରେ ହୋଇଥିବା ଉନ୍ନତି ସମ୍ପର୍କିତ ଆଲୋଚନାରେ ସମସ୍ତେ ଅଂଶଗ୍ରହଣ କରିଥିଲେ। ଏହି ସେମିନାରକୁ ଉଦଘାଟନ କରିଥିଲେରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଏହି ଅବସରରେ ଖଣି ନିର୍ଦ୍ଦେଶକ ଦେବୀଦତ୍ତ ବିଶ୍ୱାଳ, ଏମ୍ଇଏଆଇର ଜାତୀୟ ସଭାପତି କେ. ମଧୁସୂଦନ, ଉପସଭାପତି-୩ ତଥା ଟାଟା ଷ୍ଟିଲ୍ର ଉପସଭାପତି (କଂଚାମାଲ୍) ଡି ବି ସୁନ୍ଦରରମଣ, ଟାଟା ଷ୍ଟିଲ ଓ ଭୁବନେଶ୍ୱର-ସୁକିନ୍ଦା ଚାପ୍ଟରର ଅଧ୍ୟକ୍ଷ ତଥା ଟାଟା ଷ୍ଟିଲ୍ ମାଇନିଂର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ଖଣିକୁ ସୁରକ୍ଷିତ ଓ ଅଧିକ ଦକ୍ଷ କରିବାରେ କମ୍ପ୍ୟୁଟର ଭିଜନ ଓ ସେନ୍ସିଂ ଭଳି ଅନୁସନ୍ଧାନ ପ୍ରଯୁକ୍ତି ଠାରୁ ଆରମ୍ଭ କରି ଆକଳନ ଭିତ୍ତିକ ନିରୀକ୍ଷଣ ବ୍ୟବସ୍ଥା କରାଯିବା ଗୁରୁତ୍ୱପୂର୍ଣ୍ଣ । ଏହା କର୍ମଚାରୀଙ୍କ ସୁରକ୍ଷା ବଢ଼ାଇଥାଏ । ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍, ଏଆଇ ଓ ମେସିନ୍ ଲର୍ଣ୍ଣିଂ ନିମ୍ନ-ଗ୍ରେଡ୍ର ଗଚ୍ଛିତ ଖଣିଜରୁ ଅଧିକ ଦକ୍ଷ ଭାବେ ମୂଲ୍ୟ ବାହାର କରିବାର ମାଧ୍ୟମ ।
ସମ୍ମିଳନୀକୁ ସମ୍ବୋଧିତ କରି ଖଣି ନିର୍ଦ୍ଦେଶକ ଦେବୀଦତ୍ତ ବିଶ୍ୱାଳ କହିଛନ୍ତି କି, ଭାରତରେ ଏକ ଉତ୍ତମ ଓ ବିକଶିତ ଖଣି ଏବଂ ଖଣିଜ ବେନିଫିକେସନ ଶିଳ୍ପର ଆବଶ୍ୟକତା ରହିଛି । ଏହା ହେଉଛି ଅର୍ଥନୈତିକ ପ୍ରଗତିର ମେରୁଦଣ୍ଡ । ବହୁ ଖଣିକୁ ଗୁରୁତ୍ୱପୂର୍ଣ୍ଣ କଂଚାମାଲ୍ ପ୍ରଦାନ କରୁଛି । ଖଣିରେ ବ୍ୟବହାର ହେଉଥିବା ପ୍ରଯୁକ୍ତିକୁ ଓଡ଼ିଶା ସରକାର ସ୍ୱାଗତ ଓ ଗ୍ରହଣ କରୁଛନ୍ତି । ରାଜ୍ୟରେ ଆଇ୩ଏମ୍ଏସ୍ ଭଳି ବୈପ୍ଳବିକ ବ୍ୟବସ୍ଥା ଲାଗୁ କରିଛନ୍ତି ।
କେ ମଧୁସୁଦନ କହିଛନ୍ତି ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ତରରେ କଂପାନୀ, ଖଣି ଗୋଷ୍ଠୀ ଓ ସରକାରଙ୍କ ମଧ୍ୟରେ ଏମ୍ଇଏଆଇ ସେତୁ ଭାବେ କାର୍ଯ୍ୟ କରିବାକୁ ଉଦ୍ୟମ କରୁଛି । ଆଗାମୀ ଦିନରେ ଦକ୍ଷତାର ବିକାଶ ଏମ୍ଇଆଇଏର ଏଜେଣ୍ଡାର ଶୀର୍ଷରେ ରହିବ ।

eng-2

ସେହିପରି ସୁନ୍ଦର ରମଣ କହିଛନ୍ତି ଯେ ନିରାପତ୍ତା, ପରିବେଶ ଓ ଉତ୍ପାଦନରେ ଉନ୍ନତି ଆଣିବା ପାଇଁ ବିଗତ ବର୍ଷଗୁଡ଼ିକରେ ଖଣିରେ ପ୍ରଯୁକ୍ତିକୁ ବ୍ୟବହାର କରାଯାଇଛି । ଯାହା ଫଳରେ କରିବା ଉଲ୍ଲେଖନୀୟ ସଫଳତା ହାସଲ ହୋଇଛି । ସମ୍ମିଳନୀ ପାଇଁ ଚୟନ କରାଯାଇଥିବା ପ୍ରସଙ୍ଗ ବେଶ ଉପଯୋଗୀ । କାରଣ ଏହା ଖଣି କ୍ଷେତ୍ରରେ ସଦ୍ୟତମ ଡିଜିଟାଲ୍ ଓ ପ୍ରଯୁକ୍ତି ବିକାଶକୁ ଉପସ୍ଥାପନ କରିବ । ପଙ୍କଜ ସତିଜା କହିଛନ୍ତି ଯେ ଓଡ଼ିଶାରେ ଖଣି ଶିଳ୍ପ ସମୃଦ୍ଧ ହେଉଥିବାର କାରଣ ହେଉଛି ଓଡ଼ିଶା ସରକାରଙ୍କ ତରଫରୁ ପ୍ରଗତିଶୀଳ ନୀତି ଓ ଶିଳ୍ପକୁ ସହାୟତାର ହାତ ବଢ଼ାଇବା ଉଦ୍ୟମ । ଯାହା ଭବିଷ୍ୟତରେ ଖଣିଜର ଉତ୍ପାଦନ ଓ ବ୍ୟବହାରର ଉପାୟକୁ ବଦଳାଇ ଦେବ ।

ଏହି କାର୍ଯ୍ୟକ୍ରମରେ ନୀତି ନୀର୍ଧାରକ, ସରକାରଙ୍କ ପ୍ରତିନିଧି, ଖଣି କଂପାନି ଓ ବିଭିନ୍ନ ରାଜ୍ୟର ଏମ୍ଇଏଆଇର ପ୍ରତିନିଧି ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଖଣି କ୍ଷେତ୍ରରେ ଦ୍ରୁତ ଓ ନୂତନ ଡିଜିଟାଲ୍ ବ୍ୟବସ୍ଥା ଯୋଗୁଁ ବ୍ୟାପକ ପ୍ରଯୁକ୍ତି ଓ ଅର୍ଥନୈତିକ ଉନ୍ନତି ଆସିଛି । ଏପ୍ରିଲ୍ ୨୩ରେ ଭାରତୀୟ ଖଣି ଇଞ୍ଜିନିୟର ସଂଘ ପକ୍ଷରୁ ବିଭିନ୍ନ ପ୍ରସଙ୍ଗରେ ଓ ନୂତନ ଆର୍ଥିକ ବର୍ଷର ସମ୍ଭାବନା ବିଷୟରେ ଆଲୋଚନା କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.