ଆତ୍ମସମର୍ପଣ କଲେ ଆଶିଷ ମିଶ୍ରା, ଲଖିମପୁର ଖେରୀରେ ହିଂସା ମାମଲାରେ ଥିଲେ ମୁଖ୍ୟ ଅଭିଯୁକ୍ତ

ନୂଆଦିଲ୍ଲୀ:  ଲଖିମପୁର ଖେରୀ ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ଆତ୍ମସମର୍ପଣ କରିଛନ୍ତି । ରବିବାର ସେ ଖେରୀ ଜିଲ୍ଲାରେ ଥିବା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଗତ ଏପ୍ରିଲ ୧୮ ତାରିଖରେ ଆଶିଷ ମିଶ୍ରାଙ୍କ ଜାମିନ ରଦ୍ଦ କରି ଆତ୍ମସମର୍ପଣ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସପ୍ତାହକ ମଧ୍ୟରେ ଆତ୍ମସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଧାର୍ଯ୍ୟ ସମୟକୁ ଗୋଟିଏ ଦିନ ପୁରିବାକୁ ଥିବା ବେଳେ ତା’ପୂର୍ବରୁ ଆଶିଷ ମିଶ୍ରା ଆତ୍ମସମର୍ପଣ କରିଛନ୍ତି । ଆଶିଷ ମିଶ୍ରା ହେଉଛନ୍ତି କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରା ଟୋନିଙ୍କ ପୁଅ ।

ଗତବର୍ଷ ଅକ୍ଟୋବର ୩ ତାରିଖରେ ଲଖିମପୁର ଖେରିରେ ବିକ୍ଷୋଭ କରୁଥିବା ବେଳେ କୃଷକଙ୍କ ଉପରେ ଗାଡି ଚଢାଇବା ମାମଲରେ ଆଶିଷ ମିଶ୍ରାଙ୍କ ନାଁ ସାମ୍ନାକୁ ଆସିଥିଲା । ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରମାଣିତ ହେବା ପରେ ଉତ୍ତରପ୍ରଦେଶ ପୁଲିସ ତାଙ୍କୁ ଗିରଫ କରିଥିଲା । ଏହାପରେ ଆଶିଷ ମିଶ୍ରାଙ୍କୁ ଆହ୍ଲାବାଦର ହାଇକୋର୍ଟରେ ଜାମିନ ମିଳିଥିଲା । ତେବେ ଆହ୍ଲାବାଦ ହାଇକୋର୍ଟଙ୍କ ଜାମିନକୁ ଏବେ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ଆଶିଷ ମିଶ୍ରାଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ପୁନର୍ବିଚାର କରିବା ଉଚିତ୍‌ ବୋଲି କୋର୍ଟ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.