Below header

ଲାଞ୍ଚ ନେଉଥିବା ବେଳେ ମାଡିବସିଲା ସିବିଆଇ, ଭୁବନେଶ୍ବରରୁ ଗିରଫ ହେଲେ ଦିଲ୍ଲୀ ପୋଲିସ କନଷ୍ଟେବଲ

ଭୁବନେଶ୍ବର(କେନ୍ୟୁଜ୍): ଲାଞ୍ଚ ନେଇ ଭୁବନେଶ୍ୱରରୁ ବନ୍ଧା ହେଲେ ଦିଲ୍ଲୀ ପୋଲିସ । EOW କନଷ୍ଟେବଳ ଅମିତ ଲାହୁଚାଙ୍କୁ ଗିରଫ କଲା ସିବିଆଇ । ଜଣେ ବ୍ୟକ୍ତିଙ୍କଠାରୁ ସାଢ଼େ ୪ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଗିରଫ ।

ଜଣେ ବ୍ୟାଙ୍କ ଅଧିକାରୀଙ୍କ କେସ୍‌ ରଫାଦଫା କରିବାକୁ ହୋଇଥିବା ଡିଲ୍‌ । କିନ୍ତୁ ଏହା ପୂର୍ବରୁ ଅମିତ ଲାହୁଚାଙ୍କୁ ଗିରଫ କରିଛି ସିବିଆଇ । ଦିଲ୍ଲୀ ପୋଲିସ EOW ଇନ୍ସପେକ୍ଟରଙ୍କ ନିର୍ଦ୍ଧେଶକ୍ରମେ ଅମିତ ଭୁବନେଶ୍ବର ଆସିଥିବା ଜଣାପଡିଛି । ସଂପୃକ୍ତ EOW ଇନ୍ସପେକ୍ଟରଙ୍କ ଦିଲ୍ଲୀ ଘରେ ମଧ୍ୟ ଚଢାଉ କରାଯାଇଥିବା ସୂଚନା ମିଳିଛି ।

ଏକ ମାମଲାରେ ସାକ୍ଷୀ ତାଲିକାରୁ ନାଁ ହଟାଇବା ପାଇଁ ଏହି ଲାଞ୍ଚ ଦାବି କରିଥିଲେ ଇଓଡବ୍ଲ ୁକନେଷ୍ଟବଳ । ତେବେ ଦିଲ୍ଲୀ ଇଓଡବ୍ଲୁର ଇନସପେକ୍ଟରଙ୍କ ନିର୍ଦ୍ଦେଶରେ ଅମିତ ଲାହୁଚା ଲାଞ୍ଚ ନେବା ପାଇଁ ଆସିଥିବା ଜଣାପଡିବା ପରେ ତାଙ୍କ ଘରେ ମଧ୍ୟ ରେଡ କରିଛି ସିବିଆଇ । ଉକ୍ତ ଅଭିଯୁକ୍ତ ଏବେ ସିବିଆଇର ହେପାଜତରେ ରହିଥିବା ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.