ଏତେ ମାସ ହୋଇଗଲେ ବି ବୃଦ୍ଧାଙ୍କ ଜିନିଷ ଫେରାଇ ଦେଲେ ଅଜଣା ଲୋକ, ଚାରି ଆଡୁ ପ୍ରଶଂସା

ପୁରୀ (କେନ୍ୟୁଜ): ୬ ମାସ ପରେ ୮୪ବର୍ଷୀୟା ବୃଦ୍ଧା ଫେରି ପାଇଲେ ନିଜ ହଜିଯାଇଥିବା ସାମଗ୍ରୀ।ଘର ପଟ୍ଟା ସହ ୧୫ ହଜାର ଟଙ୍କା, ଆଧାର କାର୍ଡ ଫେରାଇଲେ ଶ୍ରୀଜଗନ୍ନାଥ ଅଗ୍ନିଶମ କର୍ମଚାରୀ।ବୃଦ୍ଧା ହେଉଛନ୍ତି ଡେଲାଙ୍ଗ ଅଞ୍ଚଳର ହର୍ଷମଣି ସାହୁ। ଗତ ୬ ମାସ ତଳେ ସେ ପୁରୀ ଆସି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିବାବେଳେ ନିଜ ଟଙ୍କା ଭର୍ତି ବ୍ଯାଗ୍‌ ହଜାଇଥିଲେ।

ବୃଦ୍ଧାଙ୍କ ପରିଚୟ ଖୋଜି ପାଇବା ପରେ ତାଙ୍କୁ ଆଜି ଟଙ୍କା ସହିତ ହଜିଯାଇଥିବା ସମସ୍ତ ସାମଗ୍ରୀ ଫେରା ଯାଇଛି।ଶ୍ରୀଜଗନ୍ନାଥ ଅଗ୍ନିଶମ ସେବା କେନ୍ଦ୍ରର ଏହି କାର୍ଯ୍ଯକୁ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.