ଚିଲିକା ଗସ୍ତରେ ସମସ୍ତ ମନ୍ତ୍ରୀ, ବିଧାୟକ ଓ ବାଚସ୍ପତି: ମା’ କାଳୀଜାଇଙ୍କୁ ଦର୍ଶନ ପରେ ନୌସେନାର ସମରାଭ୍ୟାସରେ ଦେବେ ଯୋଗ

ଭୁବନେଶ୍ୱର(କେନ୍ୟୁଜ୍): ଚିଲିକା ବୁଲିବେ ସମସ୍ତ ମନ୍ତ୍ରୀ, ବିଧାୟକ ଓ ବାଚସ୍ପତି। ଏଥିପାଇଁ OTDC ପକ୍ଷରୁ ୪ଟି ସ୍ୱତନ୍ତ୍ର ବସ୍‌ରେ ବିଧାନସଭାରୁ ଚିଲିକା ଗସ୍ତ କରିଛନ୍ତି। ମା’ କାଳୀଜାଇଙ୍କୁ ଦର୍ଶନ ପରେ ନୌସେନାର ସମରାଭ୍ୟାସରେ ଯୋଗଦେବେ। ନୌସେନା ତାଲିମ କେନ୍ଦ୍ରରେ ପହଞ୍ଚିବା ପରେ ସମସ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯିବ।

ଏହାପରେ ଫଟୋ ସେସନ୍‌ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ନାଭାଲ ବେସ୍‌ରୁ CDA ଓ OTDCର ବୋଟ୍‌ ସାହାର୍ଯ୍ଯରେ ମାଆ କାଳିଜାଇଙ୍କ ଦର୍ଶନ କରିବେ। ଅପରାହ୍ନରେ ନାଭାଲ ବେସ୍‌ ମଧ୍ୟରେ ଥିବା ଅପସରା ଅଡିଟୋରିୟମରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.