Below header

ଆସନ୍ତା ୨୫ରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ବିଧାନସଭା ସୁରୁଖୁରୁରେ ଚାଲିବା ନେଇ ହେବ ଆଲୋଚନା

ଭୁବନେଶ୍ବର: ଆସନ୍ତା ୨୫ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଆସନ୍ତା ୨୯ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ବସିବ। ବିଧାନସଭା ସୁରୁଖୁରୁରେ ଚାଲିବା ନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହେବ।

ଏହାସହ ସମସ୍ତ ବିଧାୟକ, ମନ୍ତ୍ରୀ, ବିଧାନସଭା କର୍ମଚାରୀଙ୍କର ହେବ କରୋନା ଟେଷ୍ଟ। ବିଧାୟକଙ୍କ ପାଇଁ ସାମାଜିକ ଦୂରତା ରକ୍ଷା କରି ସିଟିଂ ଆୟୋଜନ କରାଯାଇଛି। ପାର୍ଲିଆମେଣ୍ଟ ଭଳି ଏଠାରେ ମଧ୍ୟ ବିଧାୟକଙ୍କ ଆଗରେ ଗ୍ଲାସ ବ୍ୟବହାର କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.