ରାଜ୍ୟରେ ତୁହାକୁ ତୁହା ବର୍ଷା: ବିଭିନ୍ନ ସ୍ଥାନରେ ସମସ୍ତ ସ୍କୁଲ ଏବଂ କଲେଜ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ଏବେବି ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଏନେଇ ରାଜ୍ୟର କେତେକ ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିଛି।

କେନ୍ଦୁଝର (କେନ୍ୟୁଜ): ଲଘୁଚାପ ବର୍ଷାରେ ଭିଜୁଛି ସାରା ଓଡ଼ିଶା । ଗତକାଲିଠାରୁ ତୁହାତୁ ତୁହା ବର୍ଷା ଚାଲିଛି । କିଛି ସ୍ଥାନରେ ପ୍ରବଳ ଓ କେତେକ ସ୍ଥାନରେ ଅତି ଭୀଷଣ ବର୍ଷା ହେଉଛି । ଉପକୂଳରୁ ପଶ୍ଚିମ ଯାଏ ଜନଜୀବନ ଅସ୍ତବ୍ୟସ୍ତ । କେଉଁଠି ରାସ୍ତା ଉପରେ ତ ଆଉ କେଉଁଠି ବ୍ରିଜ୍‌ ଉପରେ ପାଣି ଚାଲୁଛି । ଆଜି ପଶ୍ଚିମ ଓଡ଼ିଶାରେ ଅଧିକ ରହିଛି ବର୍ଷା ପ୍ରଭାବ । ପ୍ରବଳ ବର୍ଷା ହେଉଥିବାରୁ ଆଜି ରାଜ୍ୟରେ ୧୦ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ିକୁ ଛୁଟି ଘୋଷଣା କରାଯାଇଛି । ଏସବୁ ଜିଲ୍ଲାଗଡ଼ିକ ହେଲା କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ବଲାଙ୍ଗିର, ବୌଦ୍ଧ, ସୁବର୍ଣ୍ଣପୁର, ନୂଆପଡ଼ା, ସମ୍ବଲପୁର, ମୟୂରଭଞ୍ଜ, କଳାହାଣ୍ଡି ।

ସେପଟେ କେନ୍ଦୁଝର ସମେତ ଦେବଗଡ଼, ଅନୁଗୋଳ,ସୋନପୁର, ବୌଦ୍ଧ, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । ୮ ଜିଲ୍ଲାକୁ ୟେଲୋ ସତର୍କତା ଦେଇଛି ପାଣିପାଗ ବିଭାଗ । ରେଡ୍‌ ୱାର୍ଣ୍ଣିଂ ଜିଲ୍ଲାରେ ୨୦ ସେଣ୍ଟିମିଟରୁ ଅଧିକ ବର୍ଷିପାରେ । ପ୍ରବଳ ବର୍ଷାରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇପାରେ । ବଢ଼ିପାରେ ବିଭିନ୍ନ ନଦୀର ଜଳଶ୍‌ତର । ଏଥିପାଇଁ ସେସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ଯାଏ ଉତ୍ତର ଓଡ଼ିଶା ଉପକୂଳ ଓ ଉତ୍ତର ବଙ୍ଗୋପସାଗର ସମୁଦ୍ରକୁ ଯିବା ପାଇଁ ମତ୍ସଜୀବୀଙ୍କୁ ବାରଣ କରାଯାଇଛି । କାଲିଠାରୁ ବର୍ଷା କମିବ । ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ୧୭୫ ମିଲିମିଟର, ଭବାନୀପାଟଣାରେ ୧୨୨ ଓ ଫୁଲବାଣୀରେ ୧୦୨ ବର୍ଷା ରେକର୍ଡ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.