ଫୁଲୁଛି ନଦୀ, ବିପଦ ସଙ୍କେତ ଉପରେ ବଂଶଧାରା

ଗଜପତି ଜିଲ୍ଲାରେ ବର୍ଷା ପରିମାଣ ବଢ଼ିବା ସହ ବିପଦ ମଧ୍ୟ ବଢ଼ିଛି। ଲଗାଣ ବର୍ଷା ସାରା ଜିଲ୍ଲାକୁ ପ୍ରଭାବିତ କରିଛି। ବର୍ଷା ପ୍ରଭାବରେ ଅହେତୁକ ଭାବେ ଫୁଲିବାରେ ଲାଗିଛି ବଂଶଧାରା।  କାଶୀନଗର ଠାରେ ବିପଦ ସଂଙ୍କେତ ଟପିଛି।ଏଠାରେ ବିପଦ ସଂଙ୍କେତ ୫୪.୬୦ମିଟର ଥିବା ବେଳେ ୫୪.୯୦ମିଟରରେ ପ୍ରବାହିତ ହେଉଛି ଜଳସ୍ତର। 

ଗଜପତି (କେନ୍ୟୁଜ): ଗଜପତି ଜିଲ୍ଲାରେ ବର୍ଷା ପରିମାଣ ବଢ଼ିବା ସହ ବିପଦ ମଧ୍ୟ ବଢ଼ିଛି। ଲଗାଣ ବର୍ଷା ସାରା ଜିଲ୍ଲାକୁ ପ୍ରଭାବିତ କରିଛି। ବର୍ଷା ପ୍ରଭାବରେ ଅହେତୁକ ଭାବେ ଫୁଲିବାରେ ଲାଗିଛି ବଂଶଧାରା। କାଶୀନଗର ଠାରେ ବିପଦ ସଂଙ୍କେତ ଟପିଛି। ଏଠାରେ ବିପଦ ସଂଙ୍କେତ ୫୪.୬୦ମିଟର ଥିବା ବେଳେ ୫୪.୯୦ମିଟରରେ ପ୍ରବାହିତ ହେଉଛି ଜଳସ୍ତର। ଫଳରେ କାଶୀନଗର ବ୍ଲକର ସାରା, ବାଡିଗାଁ, ଭାନା ଓ ଗୌରୀ ଭଳି ୬ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଢ଼ିବାରେ ଲାଗିଛି ଜଳସ୍ତର।

ବିଗତ ଦୁଇ ଦିନ ଧରି ଲଗାଣ ବର୍ଷା ଲାଗିରହିଛି । ଫଳରେ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ କେତେକ ସ୍ଥାନରେ ଘର ଭାଙ୍ଗି ଥିବାବେଳେ ଆଉ କେତେକ ସ୍ଥାନରେ ପାହାଡ଼ରୁ ମାଟି ଅତଡା ଖସୁଛି। ଯଦି ବର୍ଷାର ପରିମାଣ ଆହୁରି ବୃଦ୍ଧି ପାଏ କିମ୍ବା ଉପରେ ମୁଣ୍ଡରେ ବର୍ଷା ଲାଗି ରହେ ତାହାଲେ ବନ୍ୟା ଆଶଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.