Below header

ବ୍ରହ୍ମପୁର: କଲେଜରୁ ବିଦା ହେବେ ରାଗିଂ ଭିଡିଓରେ ଥିବା ସବୁ ଛାତ୍ରଛାତ୍ରୀ, ଆଣ୍ଟି ରାଗିଂ ସେଲ୍‌ର ବୈଠକରେ ନିଷ୍ପତ୍ତି

କେନ୍ୟୁଜ୍(ବ୍ୟୁରୋ):କଲେଜରେ ଛାତ୍ରୀଙ୍କୁ ରାଗିଂ ଘଟଣାରେ ୨ଛାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ। ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜରେ ଜଣେ ଛାତ୍ରୀଙ୍କୁ ମଙ୍ଗଳବାର ରାଗିଂ କରାଯିବାର ଭିଡିଓ ଭାଇରାଲା ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବଡ଼ବଜାର ଥାନା ପୋଲିସ। ଏହି ମାମଲାରେ ଗତକାଲି ୨ଜଣ ଛାତ୍ରଙ୍କୁ ପୋଲିସ ଗିରଫ କରିବା ସହ ୨ଜଣଙ୍କୁ ଅଟକ ରଖିଥିଲା।

ଆଜି ଦୁଇ ଗିରଫ ଛାତ୍ରଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେପଟେ ଆଜି କଲେଜରେ ଆଣ୍ଟି ରାଗିଂ ସେଲ୍‌ର ବୈଠକ ବସିଛି। ଭାଇରାଲ ଭିଡିଓରେ ରାଗିଂରେ ଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ କଲେଜରୁ ବହିଷ୍କାର କରିବାକୁ ନିଷ୍ପତ୍ତି ନିଆଯାଇଥିବା କଲେଜ ଅଧ୍ୟକ୍ଷା କହିଛନ୍ତି। ଦୁଇ ଗିରଫ ଛାତ୍ରଙ୍କ ସମେତ ପ୍ରାୟ ବାର ତେରଜଣ ଛାତ୍ରଛାତ୍ରୀଙ୍କୁ କଲେଜରୁ ବିତାଡ଼ିତ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.