ଯୌବନାବସ୍ଥାରେ ଏହି ୩ ଟି ଜିନିଷଠୁ ଯଦି ରହିବେ ଦୂରରେ, ବୃଦ୍ଧାବସ୍ଥା କଟିବ ଖୁସୀରେ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି । ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତ୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ । କୁହାଯାଏ ଯଦି କେହି ଚାଣକ୍ୟଙ୍କ ନୀତି ମାନିଥାନ୍ତି,ତାଙ୍କୁ ନିଶ୍ଚିତ ଭାବେ ସଫଳତା ମିଳିଥାଏ ।

ଚାଣକ୍ୟ କୁହନ୍ତି ଯୁବାବସ୍ଥାରେ ଏମିତି କିଛି କଥା ଅଛି ଯାହା ବ୍ୟକ୍ତିକୁ ପଥଭ୍ରଷ୍ଟ କରିଥାଏ । ସମୟ ପୂର୍ବରୁ ଯଦି ଏହି ଜିନିଷ ଠାରୁ ଦୂରରେ ନ ରହିବେ, ତେବେ ଯୌବନାବସ୍ଥା ସହ ବୃଦ୍ଧାବସ୍ଥା ମଧ୍ୟ ଦୁଃଖ ଓ କଷ୍ଟରେ କଟିବ । ଆସନ୍ତୁ ଜାଣିବା କ’ଣ ସେହି ୩ ଜିନିଷ ।

ଖରାପ ସଂଗ

ସଂଗ ଦୋଷ ବ୍ୟକ୍ତିର ଜୀବନ ଉପରେ ବଡ଼ ପ୍ରଭାବ ପକାଇଥାଏ । ଖରାପ କର୍ମ କରୁଥିବା ସାଙ୍ଗ ଖରାପ କାମ ପାଇଁ ପ୍ରଭାବିତ କରିଥାନ୍ତି । କାମ-ବାସନା, ଗଣ୍ଡଗୋଳ ଓ ନିଶା ଆଦି ପାଇଁ ପ୍ରବର୍ତ୍ତାଇ ଥାନ୍ତି । ଏପରି ଆଦତକୁ ଆପଣାଇଲେ ବ୍ୟକ୍ତି ବୁଝିବା ଶକ୍ତି ହଜାଇ ଦେଇଥାନ୍ତି । ଯୁବାବସ୍ଥାରେ ଯଦି ଭଲ ମନ୍ଦର ଫରକ ନ ଜାଣିପାରିବ, ତେବେ ଖରାପ କାମରେ ଲିପ୍ତ ରହିଯିବେ । ତେଣୁ ଚାଣକ୍ୟ କୁହନ୍ତି ଯୌବନାବସ୍ଥାରେ ଏହି ସବୁ କୁସଙ୍ଗରୁ ଦୂରରେ ରହିଲେ, ବୁଢ଼ାଦିନ ଭଲ ଓ ସୁଖରେ କଟିବ ।

ଆଳସ୍ୟ

ଆଳସ୍ୟ ବ୍ୟକ୍ତିର ବଡ଼ ଶତ୍ରୁ । ଯୌବନାବସ୍ଥାରେ ଯଦି ପରିଶ୍ରମ କରିଦେଲ ତ ବୃଦ୍ଧାବସ୍ଥା ଆରାମରେ କଟିବ । ଆଳସ୍ୟ ଏପରି ଏକ ଶତ୍ରୁ ଯାହା ସପଳତାକୁ ରୋକିଥାଏ । ଯୁବାବସ୍ଥାରେ ଯିଏ ସମୟର ମୂଲ୍ୟ ବୁଝିଥାଏ, ତାଙ୍କର ଭବିଷ୍ୟତ କେବେ ଦୁଃଖରେ କଟି ନଥାଏ । ଧନ ବିନା ଜୀବନ ସଂଘର୍ଷରେ କଟିଥାଏ ।

କ୍ରୋଧ

କ୍ରୋଧ ଯୋଗୁ କାମ ହୋଇ ନଥାଏ ବରଂ ବିଗିଡି ଯାଇଥାଏ । ଜୀବନରେ କ୍ରୋଧ କରିବା ସାଧାରଣ କଥା ହେଲେ ଯିଏ ଏହା ଉପରେ ବିଜୟ ପାଇଲା ସିଏ ଉନ୍ନତି କରିଥାନ୍ତି । କ୍ରୋଧ ଯଦି ସାଙ୍ଗରେ ରହେ ତେବେ ନିଜ ଲୋକ ତ ଦୂରର କଥା ପର ବି ଦୂରେଇ ଯିବେ । ଆପଣଙ୍କ କ୍ରୋଧ ଯୋଗୁ ଶତ୍ରୁ ଏହାର ଫାଇଦା ଉଠାଇ ଆପଣଙ୍କୁ ପରାଜିତ କରିପାରିବେ ।



 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.