ଆଉ ଯିବାକୁ ପଡ଼ିବନି ଆରଟିଓ ଅଫିସ, ସବୁ କିଛି ହେବ ଅନ୍‌ଲାଇନ୍‌

ଭୁବନେଶ୍ୱର(କେ ନ୍ୟୁଜ): ଆଉ ଦୌଡ଼ିବାକୁ ପଡିବ ନାହିଁ ପରିବହନ ଅଫିସ । ଆରଟିଓ ଯିବା ଏବେ ଇତିହାସ ପାଲଟି ଯିବ । ସବୁ କିଛି ହେବ ପେପର ଲେସ୍‌ । ଗାଡ଼ି କିଣିଲେ କି ମାଲିକାନା ବଦଳିଲେ ଆରଟିଓ ଅଫିସକୁ ଯିବାକୁ ପଡିବ ନାହିଁ । ସବୁ କିଛି ହେବ ଅନ୍‌ ଲାଇନ୍‌ । ଇଣ୍ଟର ଷ୍ଟେଟ୍‌ ବସ ପରମିଟ୍‌ ହେଉ କି ଲର୍ଣ୍ଣରସ ଲାଇସେନ୍‌ସ ପାଇଁ ଅନଲାଇନରେ ହେବ ଆବେଦନ । ଆପଣ ଗାଡି କିଣିଲେ ଡିଲର ସବୁ ଦସ୍ତାବିଜ୍‌ ସ୍କାନ କରି, ଡିଜିଟାଲ ସିଗ୍‌ନେଚର ସହ ଅପଲୋଡ୍‌ କରିବେ । ଟିକସ ପୈଠ କ୍ଷଣି ତୁରନ୍ତ ମିଳିଯିବ ରେଜିଷ୍ଟ୍ରେସନ ନମ୍ବର । ବ୍ୟକ୍ତିଗତ ଭାବେ ଆରଟିଓ ଯାଇ କାଗଜପତ୍ର ଦେବାକୁ ପଡିବ ନାହିଁ । ଏପରିକି ଆପଣ ଗାଡ଼ି କିଣିଲେ ଆପଣ ରାଜ୍ୟର ଯେକୌଣସି ଆରଟିଓରେ ପଞ୍ଜୀକରଣ କରିପାରିବେ। ସେଠାକୁ ଯିବାକୁ ପଡିବ ନାହିଁ । ଆଜି ପରିବହନ ବିଭାଗର ୯ଟି ସେବାକୁ ଅନଲାଇନ କରାଯାଇଛି।

rto online system

ସେଗୁଡିକ ହେଲା ସ୍ୱୟଂକ୍ରିୟ ଓ ବାଧାହୀନ ଯାନ ପଞ୍ଜିକରଣ, ଚୁକ୍ତିମୂଳକ ଗାଡ଼ିର ଅନୁମତି ପତ୍ର ସ୍ୱୟଂକ୍ରିୟ ପ୍ରକ୍ରିୟାରେ ଅନୁମୋଦନ । ଟ୍ରକର ଅନୁମତି ପତ୍ର ସ୍ୱୟଂ କ୍ରିୟା ପ୍ରକ୍ରିୟାରେ ଅନୁମୋଦନ, ବସ୍‌ ପାଇଁ ରାଜ୍ୟ ମଧ୍ୟରେ ସ୍ୱତନ୍ତ୍ର ଅନୁମତି, ଆନ୍ତର୍ଜାତିକ ଗାଡ଼ି ଚାଳନା ପାଇଁ ଅନୁମତି ପତ୍ର । ସେହିପରି ଲର୍ଣ୍ଣରସ୍‌ ଲାଇସେନ୍‌ସ ପାଇଁ ଉମଙ୍ଗ ଆପ୍‌, ରାଜ୍ୟରେ ଯେକୌଣସି ଆରଟିଓରେ ଗାଡି ପଞ୍ଜୀକରଣର ନବୀକରଣ, ରାଜ୍ୟର ଯେ କୌଣସି ଆରଟିଓରେ ଗାଡ଼ିର ମାଲିକାନା ପରିବର୍ତ୍ତନ ପାଇଁ ଅନଲାଇନ ସେବା ଆରମ୍ଭ ହୋଇଛି । ଏହି କଣ୍ଟାକ୍ଟଲେସ୍‌ ଓ ପେପରଲେସ୍‌ କାର୍ଯ୍ୟ ଯୋଗୁଁ ଗୋଟିଏ ବର୍ଷରେ ଗୋଟିଏ କୋଟି କାଗଜ ପୃଷ୍ଠା ନଷ୍ଟ ହେବାରୁ ରକ୍ଷା ପାଇବ। ଅର୍ଥାତ ୧୦୦୦ ଗଛ ରକ୍ଷା ପାଇବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.