Below header

ପୁରୀ: ଜଗା ଦର୍ଶନରେ ନାହିଁ ଆଉ କଟକଣା, ଏଣିକି ରବିବାରରେ ହେବ ଶ୍ରୀଜିଉ ଦର୍ଶନ

ପୁରୀ(କେନ୍ୟୁଜ୍):  ହଟିଲା କଟକଣା। ଏବେ ଅବାଧରେ ଭକ୍ତମାନେ ଦର୍ଶନ କରିପାରିବେ କାଳିଆ ଠାକୁରଙ୍କୁ। ଏଣିକି ଆଉ ରବିବାର ବନ୍ଦ ରହିବନି ଶ୍ରୀମନ୍ଦିର।  ୧୨ ତାରିଖରୁ ଆନନ୍ଦବଜାରରେ ନିୟମିତ ମିଳିବ ମହାପ୍ରସାଦ । ଦର୍ଶନ ପରେ ସପ୍ତାହର ତିନିଦିନ ରାତିରେ ଶ୍ରୀମନ୍ଦିର ହେବ ସାନିଟାଇଜ ହେବ।  ଦର୍ଶନ ପାଇଁ ଯେଭଳି ଭକ୍ତ ଯାଉଛନ୍ତି ସେହି ବ୍ୟବସ୍ଥା ରହିବ। ଶ୍ରୀମନ୍ଦିରରୁ ଦର୍ଶନ ପରେ ଅନ୍ୟ ତିନି ଦ୍ୱାର ଦେଇ ଭକ୍ତ ବାହାରି ପାରିବେ । ସେହିପରି ଶ୍ରୀଜିଉଙ୍କ ପଦ୍ମବେଶ ମଧ୍ୟ ଭକ୍ତ ଦେଖିପାରିବେ। ପୂର୍ବ ଭଳି ଠାକୁରଙ୍କୁ ଦର୍ଶନ କରିବା ପାଇଁ ସକାଳ ୬ଟାରୁ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ଭକ୍ତଙ୍କ ଗହଳିକୁ ଦେଖି  ୬ ଟା ପୂର୍ବରୁ ଦର୍ଶନ ବ୍ୟବସ୍ଥା କରାଯାଇପାରେ । ଭକ୍ତଙ୍କ ଫିଡ଼ ବ୍ୟାକ ନେଇ ଏଭଳି ବ୍ୟବସ୍ଥା ହୋଇଛି ।

ପାନ ଛେପ ଶ୍ରୀମନ୍ଦିରରେ ପକାଇବା କଟକଣା ରହିଛି। ଭକ୍ତ ମାନଙ୍କୁ ସେଭଳି ନକରିବାକୁ  ପ୍ରଶାସନ ଅନୁରୋଧ  କରିଛି। ପନଛେପ ପକାଇବା ତଦାରଖ ପାଇଁ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନକୁ ନେଇ ଏକ ସ୍କ୍ୱାଡ଼ ଗଠନ ହେବ।  ସେମାନେ ଛେପ ପକାଉଥିବା ବା ମନ୍ଦିର ଭିତରେ ପାନ ଖାଉଥିବା ବ୍ୟକ୍ତିଙ୍କ ଠାରୁ ଫାଇନ ଆଦାୟ କରିବେ । ଶ୍ରୀମନ୍ଦିରକୁ ପ୍ଲାଷ୍ଟିକ ମୁକ୍ତ କରାଯିବାକୁ ଉଦ୍ୟମ ଆରମ୍ଭ ହେବ ।  ଯାହଠୁ ପଲିଥିନ ମିଳିବ ତାଠାରୁ ୧୦୦ ଟଙ୍କା ଫାଇନ ଆଦାୟ କରାଯିବ। ବୋଲି ଆଜି ବସିଥିବା ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ନିଷ୍ପତ୍ତି ହୋଇଛି। ସେହିଭଳି ଶ୍ରୀଗୁଣ୍ଡିଚା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.