ରାଜ୍ୟର ସମସ୍ତ ବୈଷୟିକ ବିଦ୍ୟାର୍ଥୀଙ୍କ ପାଇଁ ଆଜିଠୁ ଖୋଲିବ ଶିକ୍ଷାନୁଷ୍ଠାନ, ସଂକ୍ରମିତ ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ମନା

ଭୁବନେଶ୍ବର(କେନ୍ଯୁଜ୍): ଆଜିଠୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ । ରାଜ୍ୟର ସମସ୍ତ ବୈଷୟିକ ବିଦ୍ୟାର୍ଥୀଙ୍କ ପାଇଁ ଆଜିଠାରୁ ଶିକ୍ଷାନୁଷ୍ଠାନ ଖୋଲିବ । ୟୁଜି, ପିଜି,ଡିପ୍ଲୋମା, ଆଇଟିଆଇ, ଇଞ୍ଜିନିୟରିଂ ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀ ଏବେ ମହାବିଦ୍ୟାଳୟକୁ ଆସି ଶ୍ରେଣୀଗୃହରେ ପାଠ ପଢିବେ । ଶ୍ରେଣୀଗୃହ ପାଠପଢା ପ୍ରସ୍ତୁତି ନିମନ୍ତେ ସରକାରୀ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷକଙ୍କୁ ଚିଠି ଲେଖି ପରାମର୍ଶ ଦିଆଯାଇଥିଲା ।

ସାମାଜିକ ଦୂରତା ରକ୍ଷା, ମାସ୍କ ପିନ୍ଧିବା ଆଦି ନିୟମକୁ ଗୁରୁତ୍ୱ ଦିଆଯାଇଛି । ସଂକ୍ରମିତ ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀ ଶିକ୍ଷକ ଏବଂ କର୍ମଚାରୀ ଶିକ୍ଷାନୁଷ୍ଠାନ ଆସିପାରିବେ ନାହଁ । ସମସ୍ତେ କୋଭିଡ ଗାଇଡଲାଇନ ମାନିବାକୁ ପରାମର୍ଶ ଦିଆଯାଇଛି । ଅଗଷ୍ଟ ୯ରୁ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀ ପାଠପଢା ଆରମ୍ଭ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.