ଲଗାତର ଦୁଇ ଦିନ ଧରି ରାଜ୍ୟର ସବୁ ନମୁନା ଟେଷ୍ଟ ନେଗେଟିଭ୍‌, ସଂକ୍ରମିତଙ୍କ ସଂଖ୍ୟା ୬୦ରେ ସୀମିତ

ଭୁବନେଶ୍ବର: ଗତକାଲି ପରୀକ୍ଷା କରାଯାଇଥିବା ସମସ୍ତ ନମୁନା ନେଗେଟିଭ୍‌ ଆସିଛି । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରୁ କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୭ ହଜାର ୫୭୭ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି । ଏହା ଭିତରୁ ୭ ହଜାର ୫୧୭ଟି ନମୁନା ନେଗେଟିଭ୍‌ ଆସିଛି । ରାଜ୍ୟରେ ୬୦ ରେ ସୀମିତ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେଥି ଭିତରୁ ଆକ୍ଟିଭ୍‌ କେସ୍‌ ୪୦ । ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି ୧୯ଜଣ । ଜଣଙ୍କର ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.