କେନ୍ଦୁଝର ରାଜାଙ୍କର ଭିଣ୍ଟେଜ କାର୍ ସଉକ: ଅନୁମତି ପରେ ନୂଆରୂପ ପାଉଛି ଶହେରୁ ଅଧିକ ପୁରୁଣା କାର୍ ଓ ବାଇକ୍

କେନ୍ଦୁଝର (କେନ୍ୟୁଜ):  ଭିଣ୍ଟେଜ୍ କାର୍ କୁ ଅନୁମତି ପରେ ନୂଆରୂପ ପାଉଛି କେନ୍ଦୁଝର ରାଜାଙ୍କର ଶହେରୁ ଅଧିକ ପୁରୁଣା କାର୍ ଓ ବାଇକ୍ । ଏଥିରେ ମୁଖ୍ୟ ଆକର୍ଷଣ ସାଜିଛି ୧୯୩୯ ମସିହାର ଉଲଜଲି କାର୍, ୧୯୪୨ର ଫୋର୍ ଜିପିଡବ୍ଲ୍ୟ ଜିପ୍ ଓ ୧୯୫୩ ର ମୋରିସ୍ ମାଇନର୍ ପରି ଅନେକ ପୁରୁଣା କାର୍ । ଏବେ ରାସ୍ତାରେ ଚାଲିବ ଏହି ସବୁ ଭିଣ୍ଟେଜ୍ ଓ କ୍ଲାସିକ୍ କାର୍ । ଯାହାକୁ ନେଇ ଜିଲ୍ଲାବାସୀ ଉତ୍ସାହିତ ହେବା ସହ ଖୁସିବ୍ୟକ୍ତ କରିଛନ୍ତି ।

ଏଠାରେ ଚାରିଆଡେ ଭରି ରହିଛି ଅନେକ ବର୍ଷର ପୁରୁଣା ଗାଡି ।  ବହୁ ବର୍ଷର ପୁରୁଣାଗୁଡିକୁ ଏଠାରେ ନୂତନ ଜୀବନ ଦେବାକୁ ଚାଲିଛି ପ୍ରଚେଷ୍ଟା । ଏଥିସହ, ୧୯୬୦ ଦଶକର ଜାୱା, ରୟାଲ୍ ଏନଫିଲ୍ଡ, ନର୍ଟନ୍, ୟାମାହା ଆରଡି ୩୫୦ ପରି ବାଇକ୍ ର ମଧ୍ୟ ପୁନରୁଦ୍ଧାର କରାଯାଉଛି । ପୁରୁଣାଗାଡି ରଖି ସେସବୁ ଗାଡି ସଜାଡିବାର ସୌକିନ୍ କେନ୍ଦୁଝର ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ ନିଜ ପ୍ରଚେଷ୍ଟାରେ ଏହି କାମ କରୁଛନ୍ତି । ଏବେ ଏହିସବୁ ଗାଡି ରାସ୍ତାରେ ଚାଲିବା ନେଇ ଆଶା ସଞ୍ଚାର ହୋଇଛି ।

୧୦ ବର୍ଷ ପୂର୍ବରୁ ପୁରୁଣା ଭିଣ୍ଟେଜ୍ ଓ କ୍ଲାସିକ୍ କାର୍ ଓ ବାଇକ୍ ଏକାଠି କରିବା ଆରମ୍ଭ କରିଥିଲେ ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ । ବହୁ ଅର୍ଥବ୍ୟୟ ଓ ପରିଶ୍ରମରେ ଏସବୁ ଗାଡିର ପୁନରୁଦ୍ଧାର କରିବାକୁ ଚେଷ୍ଟା କଲେ । କୋରୋନା ସମୟରେ ଦିନରାତି କାମ କରି ସେ ଏଥିରେ ସଫଳତା ପାଇଥିଲେ । ଏବେ ସରକାରଙ୍କ ନୂଆ ନିୟମ ଅନୁଯାୟୀ ପୁରୁଣା ଗାଡିର ଏନଓସି ମିଳିବା ସହିତ ପୁନଃପଞ୍ଜିକରଣ ସମ୍ଭବ ହୋଇପାରିବ । ରାସ୍ତା ତଥା ସର୍ବସାଧାରଣ ସ୍ଥାନରେ ଏବେ ପୁରୁଣା ଗାଡିର ଆନନ୍ଦ ଉଠାଇପାରିବେ ଲୋକେ । ଯାହାକୁ ନେଇ ସମସ୍ତେ ଖୁସିବ୍ୟକ୍ତ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.